ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ରହୁଥିବା ଅଭିନେତ୍ରୀ Lisa haydon ନିକଟରେ ଏକ ଖାସ୍ ଆନାଉନ୍ସମେଣ୍ଟ କରିଛନ୍ତି । Lisa କହିଛନ୍ତି ଯେ, ଖୁବ୍ ଶୀଘ୍ର ସେ ତୃତୀୟ ସନ୍ତାନର ମା’ ହେବାକୁ ଯାଉଛନ୍ତି । ସୋସିଆଲ ମିଡିଆରେ ସେ ଏକ ଭିଡିଓ ସେୟାର କରିଛନ୍ତି , ଯେଉଁଥିରେ ତାଙ୍କର ଖୁସି ସ୍ପଷ୍ଟ ବାରି ହୋଇ ପଡୁଛି ।
ପ୍ରକାଶ ଥାଉକି, ୨୦୧୬ରେ Lisa, Dino Lalvaniଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଦୁଇଟି ସନ୍ତାନର ବାପା-ମା’ହୋଇଛନ୍ତି ଦୁହେଁ । ତେବେ ସେ ସେୟାର କରିଥିବା ଏହି ଭିଡିଓରେ, ସେ ପ୍ରଥମେ ଫ୍ୟାନ୍ସମାନଙ୍କ ସହ କଥାବାର୍ତ୍ତାରୁ ଆରମ୍ଭ କରିଛନ୍ତି । ଭିଡିଓରେ ସବୁଠାରୁ ଦୃଷ୍ଟି ଆକର୍ଷଣ କରିବା ଭଳି କଥା ହେଲା, ଯେଉଁଥିରେ Lisa ଏକଦମ୍ ପ୍ୟାର ଭରା ଅନ୍ଦାଜରେ ତାଙ୍କ ପୁଅଙ୍କୁ ପଚାରୁଛନ୍ତି ଯେ, ମାମା ପେଟରେ କ’ଣ ଅଛି ? ଏହି ପ୍ରଶ୍ନ ଶୁଣି ତାଙ୍କ ପୁଅ ଏକଦମ୍ ଏକ୍ସସାଇଟେଡ ହୋଇ କହୁଛନ୍ତି ଯେ, ମାମାଙ୍କ ପେଟରେ ତାଙ୍କ ଉଉଣୀ ଅଛନ୍ତି ବୋଲି । ଏହି ଭିଡିଓ ସୋସିଆଲ ମଡିଆରେ ଭାଇରାଲ ହେବା ପରେ ତାଙ୍କ ଫ୍ୟାନ୍ସ ଏବଂ ତାଙ୍କ ଶୁଭଚିନ୍ତକ ମାନେ ତାଙ୍କୁ ଶୁଭକାମନା ଜଣାଉଛନ୍ତି ।
ବିବାହର ଏକ ବର୍ଷ ପରେ ସେ ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେଇଥିିଲେ ଏବଂ ଏହାପରେ ୨୦୨୦ରେ ତାଙ୍କର ଦ୍ୱିତୀୟ ସନ୍ତାନ ଜନ୍ମ ହୋଇଥିଲା । ଆଉ ଏବେ ସେ ତାଙ୍କର ତୃତୀୟ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି । ତାଙ୍କର ପୁଅ ହେବ କି ଝିଅ , ସେକଥା ତ ସମୟ କହିବ । ଏବେ ସେ ତାଙ୍କ ପରିବାର ସହ ରହୁଛନ୍ତି ।