ନୂଆଦିଲ୍ଲୀ : ଆଉ ଦିନ କେଇଟାରେ ଆସିବାକୁ ଯାଉଛି ରଙ୍ଗର ପର୍ବ ହୋଲି । ବଲିଉଡର ଅନେକ୍ କଳାକାର କିପରି ହୋଲି ଖେଳିବେ, ସେଥିପାଇଁ ପ୍ରସ୍ତୁତ ହେଉଛନ୍ତି । ହେଲେ ହୋଲିକୁ ଭାରି ଭୟ କରନ୍ତି , ସିଙ୍ଗର ତଥା ଆଇଟମ୍ ଡାନ୍ସର ଲିଜା ମଲ୍ଲିକ୍ । କାହିଁକି ନାଁ, ସ୍କୁଲ ସମୟରେ ସାଙ୍ଗମାନେ ରଙ୍ଗ ଖେଳ ନାଁରେ ବେଳୁନ୍ ଭିତରେ ଅପରିଷ୍କାର ଜିନିଷ ପୁରାଇ ଉପରକୁ ଫିଙ୍ଗନ୍ତି । ସେଥିରୁ ନିଜକୁ ରକ୍ଷା କରିବା ପାଇଁ, ଲିଜା ସ୍କୁଲର ବାର୍ଥରୁମ୍ ଭିତରେ ପଶି ଯାଆନ୍ତି ନଚେତ୍, ଦେହ ଖରାପ୍ ବାହାନାରେ ତିନି ଚାରି ଦିନ ବିଛଣାରେ ପଡି ରୁହନ୍ତି । ଆଜିବି , ସେ କଥାକୁ ମନେ ପକାଇ ସାଙ୍ଗ ମାନଙ୍କ ଉପରେ ରାଗନ୍ତି ସେ । ଆଉ ଖୁସି ବି ହୁଅନ୍ତି ।
ପ୍ରକାଶ ଥାଉକି, ଲିଜା ମଲ୍ଲିକ୍ ଜଣେ ଟ୍ରେଣ୍ଡ୍ ସିଙ୍ଗର ନହୋଇ ମଧ୍ୟ ଅନେକ୍ ହିଟ୍ ଗୀତ ଗାଇଛନ୍ତି । ଅଭିନୟରେ ମଧ୍ୟ ତାଙ୍କର ବେଶ ଦକ୍ଷତା ରହିଛି । ‘ହୁ ଇଜ୍ ଇୟର ଡାଡି ?’ ୱେବ୍ ସିରିଜରେ ତାଙ୍କର ଚରିତ୍ରକୁ ଦର୍ଶକ ବେଶ ପସନ୍ଦ କରିଥିଲେ । ଲିଜା କୁହନ୍ତି ଯେ, ଯିଏ ଯାହା କହୁ ଦର୍ଶକଙ୍କ ସହିତ ଯୋଡି ହୋଇ ରହିବା ହେଉଛି ସବୁଠାରୁ ବଡ କଥା । ଆଉ ସେଥିପାଇଁ ସେ ଚେଷ୍ଟା କରି ଆସିଛନ୍ତି । ହୋଲିର ଶୁଭେଚ୍ଛା ଜଣାଇବାକୁ ଯାଇ ସେ କୁହନ୍ତି ଯେ, ‘କରୋନାକୁ ଦୃଷ୍ଟିରେ ରଖି ଯେତେ କମ୍ ହୋଲି ଖେଳିବ ସେତିକି ଭଲ । ଯଦି ନିଜ ସମ୍ପର୍କୀୟଙ୍କ ସହିତ ଖେଳିବାକୁ ଚାହୁଁଛନ୍ତି, ତେବେ ସରକାରଙ୍କ ଗାଇଡଲାଇନ୍ ମାନି ହୋଲି ଖେଳ ।