ଛୋଟବେଳୁ ତାଙ୍କୁ ବହୁ କଷ୍ଟ କରିବାକୁ ପଡ଼ିଥିଲା। ଘରର ଆର୍ଥିକ ସ୍ବଚ୍ଛଳ ଭଲ ନ ଥିଲା। ସେଥିପାଇଁ ତାଙ୍କୁ ୭ବର୍ଷରୁ କାମ କରିବାକୁ ପଡ଼ିଥିଲା। ମଧୁବାଲା ତାଙ୍କ ବ୍ୟକ୍ତିଗତ ଜୀବନ ଏବଂ ବୃତ୍ତିଗତ ଜୀବନ ପାଇଁ ହେଡଲାଇନରେ ରହି ଆସୁଥିଲେ। ତାଙ୍କ ପିତା ତାଙ୍କୁ ଦିଲୀପ କୁମାରଙ୍କର ହେବାକୁ ଦେଇ ନ ଥିଲେ। ଦିଲୀପଙ୍କ ସହ ତାଙ୍କ ପ୍ରେମକାହାଣୀ ସଫଳ ହୋଇପାରି ନ ଥିଲା। ପରେ କିଶୋର କୁମାରଙ୍କ ସହ ବିବାହ କରି ସେ ଚର୍ଚ୍ଚାକୁ ଆସିଥିଲେ। କିନ୍ତୁ କୋଚିତ କେହି ଜାଣନ୍ତି ନାହିଁ ଯେ, ସେ ଦିଲୀପ କୁମାରଙ୍କୁ ଭଲ ପାଉଥିଲେ। ସେ ୧୯୪୨ ରେ ଚଳଚ୍ଚିତ୍ର `ବସନ୍ତ’ରେ ଶିଶୁ କଳାକାର ଭାବେ ଡେବ୍ୟୁ କରିଥିଲେ। ଏହାପରେ ୧୯୪୭ରେ `ନୀଳକମଳ’ରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଯେଉଁଥିରେ ବେଗମ ପାରା ଏବଂ ରାଜ କପୁର ମଧ୍ୟ ଅଭିନୟ କରିଥିଲେ।
ମଧୁବାଲାଙ୍କ ଶେଷ ସମୟ ଭାରି କଷ୍ଟଦାୟକ ଥିଲା। ଶେଷ ସମୟରେ ତାଙ୍କ ଦେହ ଖରାପ ହେବାରୁ ସେ ଭାଙ୍ଗିପଡ଼ିଥିଲେ। ଶେଷରେ ତାଙ୍କୁ ଅପରେଶନ ଲଣ୍ଡନ ଯିବାକୁ ପଡ଼ିଥିଲା। କିନ୍ତୁ ସେଠାରେ ତାଙ୍କର ଚିକିତ୍ସା ହୋଇପାରଲାନି। କିଶୋରଙ୍କ ସହ ତାଙ୍କର ସମ୍ପର୍କ ଭଲ ନ ଥିଲା। ଦୁହେଁ ଅଲଗା ଅଲଗା ରହୁଥିଲେ। ସାରା ଜୀବନ ସେ ପ୍ରେମ ପାଇଁ ତରସୁଥିଲେ। କିନ୍ତୁ ପାଇଲେନି। ୧୯୬୯ ମସିହା ଫେବୃୟାରୀ ୨୩ ତାରିଖରେ ସେ ମୃତ୍ୟବରଣ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୩୬ବର୍ଷ ହୋଇଥିଲା।