ନୂଆଦିଲ୍ଲୀ : ବଲିଉଡର ଧକ୍ଧକ୍ ଗର୍ଲ ମାଧୁରୀ ଦିକ୍ଷୀତ୍ ତାଙ୍କ ଡାନ୍ସ,ଏକ୍ସପ୍ରେସନ୍ସ ଓ ତାଙ୍କ ଅଭିନୟକୁ ନେଇ ବେଶ ପରିଚିତ । ସୋସିଆଲ ମିଡିଆରେ ଆକ୍ଟିଭ୍ ରହି ତାଙ୍କର ଡାନ୍ସ ଭିଡିଓ ଏବଂ ଫଟୋ ସେୟାର କରି ସେ ସବୁବେଳେ ଧୁମ୍ ମଚାଉଥିବା ଦେଖିବାକୁ ମିଳେ । ଏହା ବ୍ୟତୀତ, ସେ ତାଙ୍କ ପତି ଡକ୍ଟର ନେନେଙ୍କ ସହ କୁକିଙ୍ଗ ମଧ୍ୟ କରନ୍ତି । ସୋସିଆଲ ମିଡିଆରେ ତାଙ୍କର ଏମିତି ମଧ୍ୟ କିଛି ଭିଡିଓ ଓ ଫଟୋ ଦେଖିବାକୁ ମିଳୁଛି , ଯେଉଁଥିରେ ତାଙ୍କର କୁକିଙ୍ଗ୍ ସଉକର ଝଲକ୍ ସ୍ପଷ୍ଟ ଜଣାପଡୁଛି । ନିକଟରେ ତାଙ୍କର ଏମିତି ଏକ ଫଟୋ ଦେଖିବାକୁ ମିଳିଛି , ଯେଉଁଥିରେ ତାଙ୍କ ପତି ଡକ୍ଟର ନେନେ ତାଙ୍କ ପାଇଁ ପିଜ୍ଜା ତିଆରି କରିଛନ୍ତି । ଏହା ସହିତ ତାଙ୍କ ଫଟୋ ମଧ୍ୟ ସେୟାର କରିଛନ୍ତି ।
ଡକ୍ଟର ନେନେ ଏହି ଫଟୋରେ ମାଧୁରୀଙ୍କୁ ପିଜ୍ଜା ଖୁଆଉଥିବା ନଜର ଆସୁଛନ୍ତି । ଏହି ଫଟୋ ସେୟାର କରି ସେ ଲେଖିଛନ୍ତି ଯେ, ‘ହୋମ୍ମେଡ୍ ପିଜ୍ଜା । ଜଲ୍ଦ୍ ହି ମେରେ ୟୂଟ୍ୟୁବ୍ ଚ୍ୟାନେଲ୍ ପର୍ ସେୟାର କିୟା ଜାଏଗା । ତୁମ୍ହାରେ ଫେବ୍ରାଇଟ୍ ଡିସ୍ କ୍ୟା ହେ? ଡକ୍ଟର ନେନେଙ୍କ ଦ୍ୱାରା ସେୟାର କରାଯାଇଥିବା ଏହି ଫଟୋରେ ଫ୍ୟାନ୍ସମାନେ ବେଶ ରିଆକ୍ସନ୍ ଦେବାରେ ଲାଗିଛନ୍ତି ।