ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ଲୋକପ୍ରିୟ ବଲିଉଡର ଧକ୍ଧକ୍ ଗର୍ଲ ମାଧୁରୀ ଦିକ୍ଷୀତ୍ ତାଙ୍କ ଡାନ୍ସ, ଏକ୍ସପ୍ରେସନ୍ସ, ଅନ୍ଦାଜ୍ ପାଇଁ ବେଶ ପରିଚିତ । ତେବେ ଆଜି ମାଧୁରୀଙ୍କ ସ୍ୱାମୀ ଶ୍ରୀରାମ୍ ମାଧବ୍ ନେନେଙ୍କ ଜନ୍ମଦିନ । ପେଶାରେ ହେଉଛନ୍ତି ସେ ଜଣେ ଡକ୍ଟର । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ମାଧୁରୀଙ୍କ ସହ ତାଙ୍କର ପ୍ରେମ କାହାଣୀ ସମ୍ପର୍କରେ ।
୧୯୯୯ରେ ମାଧୁରୀ ଏବଂ ନେନେଙ୍କ ପ୍ରଥମ ଦେଖା ହୋଇଥିଲା । ଏକ ଇଣ୍ଟରଭ୍ୟୁରେ ମାଧୁରୀ ତାଙ୍କ ପ୍ରେମ କାହାଣୀ ବିଷୟରେ କହିଥିଲେ । ମାଧୁରୀ କହିଥିଲେ ଯେ ଶ୍ରୀରାମଙ୍କର ମୁଁ ସେହି ଜିନିଷ ପ୍ରତି ଅଧିକ ଆକର୍ଷିତ ହୋଇଥିଲି ଯେ, ସେ ଅଭିନେତ୍ରୀ ମାଧୁରୀଙ୍କୁ ନୁହେଁ ବରଂ କେବଳ ମାଧୁରୀକୁ ଭଲପାଇଥିଲେ । ତାଙ୍କୁ ତ ଏକଥା ମଧ୍ୟ ଜଣାନଥିଲା ଯେ, ଇଣ୍ଡିଆରେ ମୁଁ କେତେ ପପୁଲାର ବୋଲି । ପ୍ରଥମ ଦେଖାରେ ସେ ମତେ ଜଣେ ସିମ୍ପୁଲ ଝିଅ ଭଳି ଟ୍ରିଟ୍ କରିଥିଲେ । ଯେଉଁଭଳି ଭାବେ ସେ ତାଙ୍କ ପ୍ରଫେସନକୁ ମୋ ସାମ୍ନାରେ ବର୍ଣ୍ଣନା କରିଥିଲେ ,ସେସବୁ ମୋ ହୃଦୟକୁ ଛୁଇଁ ଯାଇଥିଲା ।
ପ୍ରଥମ ଦେଖା ପରେ ଆମେ ଦୁହେଁ ଦୁହିଁଙ୍କୁ କିଛି ଦିନ ଧରି ଡେଟ କରିଥିଲୁ । ସେ ଆମେରିକାରେ ରହୁଥିଲେ ଆଉ ମୁଁ ଭାରତରେ । ଦୁହେଁ ଦୁହିଁଙ୍କ ଠାରୁ ବହୁତ୍ ଦୂରରେ ରହୁଥିଲୁ । ଏହାପରେ ମଧ୍ୟ, ଦୁହେଁ ଦୁହିଁଙ୍କୁ ବେଶ ଭଲଭାବେ ବୁଝୁଥିଲୁ । ଏହାପରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।
ବିବାହ ପରେ ମାଧୁରୀଙ୍କ କ୍ୟାରିୟର ପାଇଁ ସେମାନେ ଇଣ୍ଡିଆ ସିଫ୍ଟ ହୋଇ ଯାଇଥିଲେ । ମାଧୁରୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ , ତାଙ୍କ ସ୍ୱାମୀ ତାଙ୍କର ସବୁବେଳେ ସାଥ୍ ଦେଇଛନ୍ତି । ଦୁହିଁଙ୍କ ଯୋଡିକୁ ଦର୍ଶକ ମଧ୍ୟ ବେଶ ପସନ୍ଦ କରନ୍ତି । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ୍ ଅନେକ୍ ଶୁଭେଚ୍ଛା ।