ସୋସିଆଲ ମିଡିଆ ପ୍ଲାଟଫର୍ମ ଇନ୍ଷ୍ଟାଗ୍ରାମରେ ଉପରେ ଭଡକି ଯାଇଛନ୍ତି ମଡୋନା । ଇନ୍ଷ୍ଟାଗ୍ରାମ ତାଙ୍କର କିଛି ଫଟୋକୁ ହଟାଇ ଦେଇଥିବାରୁ , ସେ ଖୁବ୍ ଯୋରରେ ରାଗି ଯାଇଛନ୍ତି । ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ ଫଲୋଇଙ୍ଗ୍ ଖୁବ୍ ଅଧିକା । ନିକଟରେ ସେ ତାଙ୍କ ଇନଷ୍ଟାଗ୍ରାମରେ ଏକ ବିକିନି ପିନ୍ଧି, ବୋଲ୍ଡ ଅନ୍ଦାଜରେ ଫଟୋ ସେୟାର କରିଥିଲେ । ତେବେ ତାଙ୍କର ସେହି ଫଟୋକୁ ଫ୍ୟାନ୍ସ ବେଶ ପସନ୍ଦ କରିଥିଲେ ସତ, କିନ୍ତୁ ଇନ୍ଷ୍ଟାଗ୍ରାମ ଏହି ଫଟୋଟିକୁ ଡିଲିଟ୍ କରିଦେଇଥିଲା ।
ଏହାକୁ ନେଇ ଏକଦମ୍ ରାଗ ତମ୍ ତମ୍ ହୋଇ ଯାଇଛନ୍ତି ମଡୋନା । ସେ ରାଗିଯାଇ ପୁଣି ଥରେ ତାଙ୍କର ସେହି ବୋଲ୍ଡ ଫଟୋଗୁଡିକୁ ଇନଷ୍ଟାଗ୍ରାମରେ ରି-ପୋଷ୍ଟ କରିଛନ୍ତି । ଏଥିସହ କ୍ୟାପ୍ସନରେ ଲେଖିଛନ୍ତି, ‘ମୁଁ ଏହି ଫଟୋଗୁଡିକୁ ପୁଣି ଥରେ ପୋଷ୍ଟ କରୁଛି, ଯାହାକୁ ଇନ୍ଷ୍ଟାଗ୍ରାମ ବିନା ଚେତାବନୀ ବା ସୂଚନା ଦେଇ ହଟାଇ ଦେଇଥିଲା।’