ନୂଆଦିଲ୍ଲୀ : ଏବେ ଅନେକ୍ ବଡବଡ ଫିଲ୍ମକୁ ନେଇ ଚର୍ଚ୍ଚା ଲାଗି ରହିଛି । ତା ମଧ୍ୟରୁ ମଧୁ ମଣ୍ଟେନାଙ୍କ ଫିଲ୍ମ’ରାମାୟଣ ୩ଡି’କୁ ନେଇ ଚର୍ଚ୍ଚା ଜୋରସୋରରେ ଲାଗି ରହିଛି । ଏହି ଫିଲ୍ମରେ ଅଭିନେତା ହ୍ରିତିକ୍ ରୋଶନ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ନେଇ ବେଶ ଚର୍ଚ୍ଚା ଲାଗି ରହିଥିଲା । ଅଭିନେତା ହ୍ରିତିକଙ୍କୁ ଏହି ଫିଲ୍ମରେ ରାମ ଭୂମିକା ଏବଂ ସୀତା ଭୂମିକାରେ ଅଭିନେତ୍ରୀ ଦୀପିକା ନଜର ଆସିବେ ବୋଲି , ପୂର୍ବରୁ କୁହାଯାଉଥିଲା । ହେଲେ ଏବେର ଖରବର ଅନୁଯାୟୀ, ହ୍ରିତିକ୍ ରୋଶନ ରାମ ଭୂମିକାରେ ନଜର ଆସିବେ ନାହିଁ । ସାଉଥ୍ ସୁପରଷ୍ଟାର ମହେଶ ବାବୁ ଏହି ଫିଲ୍ମରେ ପ୍ରବେଶ କରିବାକୁ ଯାଉଛନ୍ତି । ସେ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିପାରନ୍ତି ।
ମିଡିଆ ରିପୋର୍ଟ ଅନୁଯାୟୀ,ଫିଲ୍ମ ପାଇଁ ମହେଶ ବାବୁଙ୍କୁ ଆପ୍ରୋଚ କରାଯାଇଛି । ମଧୁ ମଣ୍ଟେନାଙ୍କ ଫିଲ୍ମ’ରାମାୟଣ ୩ଡି’ବଡ ଆକାରରେ ନିର୍ମିତ ହେବ ।
ଅନ୍ୟପଟେ ମହେଶ ବାବୁଙ୍କ ସହ ଏ ବିଷୟରେ ଆଲୋଚନା ଚାଲିଥିବା ବେଳେ, ତାଙ୍କୁ ଏହାର କାହାଣୀ ମଧ୍ୟ ପସନ୍ଦ ହୋଇଛି । କିନ୍ତୁ ଏଥିପାଇଁ ସେ ହଁ କରି ନାହାଁନ୍ତି । ଅନ୍ୟପଟେ କୁହାଯାଉଛି ଯେ, ଅଭିନେତା ହ୍ରିତିକ୍ ରୋଶନ ଏହି ପ୍ରୋଜେକ୍ଟ ପାଇଁ ଖଳନାୟକ ଭୂମିକା ପାଇଁ ହଁ କରିଛନ୍ତି । ସେ ଏଥିରେ ରାବଣ ଭୂମିକାରେ ଅଭିନୟ କରିବେ । ହେଲେ ବର୍ତ୍ତମାନ ସୁଦ୍ଧା ଏହାକୁ ନେଇ କୌଣସି ସରକାରୀ ଭାବେ ଘୋଷଣା କରାଯାଇନାହିଁ ।