ଏପିସୋଡ ମାଧ୍ୟମରେ କପିଲ ଶର୍ମା ମଜାରେ କହିଥିଲେ ଯେ, ‘କୌଣସି କାମ ଛାଡ ନାହିଁ ସୋନିକୁ ଧର,ଚ୍ୟାନେଲକୁ ଲୁଟ କର । ଟେରେନ୍ସ ସହମତ ହୋଇ କହିଥିଲେ,ଠିକ୍ କଥା । ସୁପର ଡାନ୍ସର୍ ଠାରୁ ଆଇବିଡି, ଆଇବିଡି ଠାରୁ ସୁପର ଡାନ୍ସର୍ । ଗୀତା ଅର୍ଚ୍ଚନାଙ୍କ ସ୍ଥାନକୁ ଇସାରା କରି କହିଲେ, ସୁପର ଡାନ୍ସର ରୁ ନେଇ ଆଇଡିବି ଯାଏଁ ଠିକ୍ ଅଛି, କିନ୍ତୁ ତାପରେ ଦ କପିଲ ଶର୍ମା ଶୋ’ ବି ହେବା ଉଚିତ୍ ।
ଗୀତା କପୁରଙ୍କ କଥା ଶୁଣି ସମସ୍ତେ ହସିଥିଲେ । ଏହାପରେ ମଲାଇକା ତାଙ୍କୁ ବେଲଜ୍ଜା ବୋଲି କହିଥିଲେ । ଗୀତା କହିଲେ, ଯଦି ସେ ଲଜ୍ଜିତ ନୁହଁନ୍ତି ତେବେ ମୁଁ କ’ଣ କରିବି । ମୁଁ ତାଙ୍କୁ ସାଇଡ କରି ତାଙ୍କ ସ୍ଥାନ ଦଖଲ କରିବି । ଆଉ ଏହାପରେ ଅର୍ଚ୍ଚନା ତାଙ୍କୁ କଲମ ଉଠାଇ ମାରିବାକୁ ଇସାରା କରନ୍ତି । ତା’ପରେ ଗୀତା ତୁରନ୍ତ ଅର୍ଚ୍ଚନାଙ୍କୁ କ୍ଷମା ମାଗି କୁହନ୍ତି ଯେ ସରୀ ସରୀ ମୁଁ ତୁମକୁ ଭଲ ପାଏ ଅର୍ଚ୍ଚନା ମ୍ୟାଡମ୍, ସରୀ।
ଏହି ଶୋ’ରେ ଗୀତା ଓ ଟେରେନ୍ସ ମଧ୍ୟ ମଲାଇକାଙ୍କ ମଜାକ୍ କରିଥିଲେ। ଅଭିନେତ୍ରୀଙ୍କୁ ଚିଡେଇବା ନେଇ ତାଙ୍କ ଚାଲିବା ନେଇ ମଜ୍ଜା କରିଥିଲେ। ସେମାନେ କହିଲେ ଯେ ଯେତେବେଳେ ମଲାଇକାଙ୍କୁ ପାପାରାଜି ଦେଖନ୍ତି , ସେତେବେଳେ ସେ ନିଜ କୁକୁର କାସ୍ପର୍ ସହିତ କେମିତି ଚାଲନ୍ତି। ତାପରେ ଏହାର ଗୀତା ମଲାଇକାଙ୍କ ନକଲ କରି ଦେଖାଇବା ସହିତ, ଟେରେନ୍ସ ଫଟୋଗ୍ରାଫର ଭୂମିକା ନେଇଥିଲେ। ଏସବୁ ଦେଖି ମଲାଇକା ଲଜ୍ଜାରେ ହସିବାକୁ ଲାଗିଲେ।