ନୂଆଦିଲ୍ଲୀ : ଅଭିନେତା ଅର୍ଜୁନ୍ କପୁର ଏବଂ ଅଭିନେତ୍ରୀ ମଲାଇକା ଆରୋରାଙ୍କ ସମ୍ପର୍କ ବିଷୟରେ କାହାକୁ ଅଛପା ନାହିଁ । ଅନେକ୍ ଦିନ ଧରି ଦୁହେଁ ଦୁହିଁଙ୍କୁ ଡେଟ କରୁଛନ୍ତି ସତ, ହେଲେ ସ୍ପଷ୍ଟ ଭାବେ ଏହାର କୌଣସି ସୂଚନା ଦେଇନାହାଁନ୍ତି । ସୋସିଆଲ ମିଡିଆରେ ମଧ୍ୟ ଦୁହେଁ ଦୁହିଁଙ୍କ ସହ ଫଟୋ ସେୟାର କରୁଥିବା ଦେଖିବାକୁ ମିଳେ । ନିକଟରେ ଦୁହିଁଙ୍କର ଆଉ ଏକ ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ମଲାଇକାଙ୍କ ପୁଅ ଅର୍ହାନ୍ ମଧ୍ୟ ନଜର ଆସୁଛନ୍ତି ।
ମଲାଇକା ତାଙ୍କ ପୁଅଙ୍କ ସହ ତାଙ୍କ ବାପା-ମା’ଙ୍କୁ ଭେଟିବାକୁ ପହଞ୍ଚଥିଲେ । ସେ ସମୟରେ ତାଙ୍କ ସହ ଅଭିନେତା ଅର୍ଜୁନ୍ କପୁରଙ୍କୁ ମଧ୍ୟ ନଜର ଆସିଥିଲେ ।
କେବଳ ଏତିକି ନୁହେଁ, ଦୁଇ ପରିବାର ଏହାଠି ମିଶି ଡିନର ମଧ୍ୟ କରିଥିଲେ ଏବଂ ପାପାରାଜିଙ୍କୁ ପୋଜ୍ ଦେଇଥିଲେ । ଏହାପରେ ସୋସିଆଲ ମିଡିଆରେ ଦୁହିଁଙ୍କ ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ଏହାପୂର୍ବରୁ ଭାଲେଣ୍ଟାଇନ ଡେ’ ର ଖାସ୍ ଅବସରରେ ଅର୍ଜୁନ୍ ଏବଂ ମଲାଇକା ଡେଟରେ ଯାଇଥିବା ନଜର ଆସିଥିଲେ । ଯାହାର ଫଟୋ ଅର୍ଜୁନ୍ ସୋସିଆଲ ମିଡିଆରେ ସେୟାର କରିଥିଲେ ।