ନୂଆଦିଲ୍ଲୀ : ବଲିଉଡ ଅଭିନେତା ଅର୍ଜୁନ କପୁର ଏବଂ ଅଭିନେତ୍ରୀ ମଲାଇକା ଆରୋରା, ତାଙ୍କ ରିଲେସନସିପକୁ ନେଇ ଆଜିକାଲି ବେଶ ଚର୍ଚ୍ଚାରେ ରହୁଛନ୍ତି । ଅନେକ ସମୟରେ ଦୁହେଁ ଏକାଠି ବୁଲିବା ସହିତ, ଡେଟରେ ଯାଉଥିବା ମଧ୍ୟ ଦେଖିବାକୁ ମିଳେ । ଦୁହେଁ ନିଜ ସମ୍ପର୍କ ବିଷୟରେ ଗଣମାଧ୍ୟମ ଆଗରେ ମୁହଁ ଖୋଲି ସାରିଛନ୍ତି । ତେବେ ନିକଟରେ ପୁଣି ଥରେ ଅର୍ଜୁନ କପୁର ମଲାଇକାଙ୍କ ପ୍ରତି ଥିବା ନିଜର ପ୍ରେମ ବ୍ୟକ୍ତ କରିଛନ୍ତି ।
ତେବେ ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ଅର୍ଜୁନ କପୁରଙ୍କୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ, ମଲାଇକା ହେଉଛନ୍ତି ମୋ ଗର୍ଲଫ୍ରେଣ୍ଡ, ତେଣୁ ସେ ମତେ ଭିତରୁ, ବାହାରୁ ବହୁତ୍ ଭଲଭାବେ ଜାଣିଛନ୍ତି । ସେ ଏକଥା ମଧ୍ୟ କହିଛନ୍ତି ଯେ, ଯେତେବେଳେ ମୋ ମୁଡ୍ ଭଲ ନଥାଏ ,ମନ ଖରାପ ଥାଏ , ସେ ସମୟରେ ମଲାଇକା ଏହି ସବୁ ଜିନିଷ ଗୁଡିକୁ ଖୁବ୍ ଶୀଘ୍ର ଜାଣି ପାରନ୍ତି ।