ପ୍ରକାଶ ଥାଉକି, ମଲାଇକା ଆରୋରା ନିଜର ଡାନ୍ସ ଏବଂ ଅନ୍ଦାଜ ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତିବାରେ କୌଣସି ସୁଯୋଗ ହାତଛଡା କରନ୍ତି ନାହିଁ ।
ନୂଆ ଷ୍ଟାଇଲ୍ରେ ଫ୍ୟାନ୍ସଙ୍କୁ ନମସ୍କାର କଲେ ମଲାଇକା ଆରୋରା

ନୂଆଦିଲ୍ଲୀ : ଅଭିନେତ୍ରୀ ମଲାଇକା ଆରୋରା ସବୁବେଳେ ନିଜ ଅନ୍ଦାଜ ଏବଂ ଯୋଗ-ପ୍ରାଣାୟମକୁ ନେଇ ଚର୍ଚ୍ଚାରେ ରୁହନ୍ତି । ସୋସିଆଲ ମିଡିଆରେ ସେ ଏହାର ଫଟୋ ଏବଂ ଭିଡିଓ ମଧ୍ୟ ସେୟାର କରୁଥିବା ଦେଖିବାକୁ ମିଳେ । ତେବେ ନିକଟରେ ପୁଣି ସେ ତାଙ୍କର ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ଯୋଗ କରୁଥିବା ନଜର ଆସୁଛନ୍ତି । କେବଳ ଏତିକି ନୁହେଁ , ଏହା ସହିତ ସେ ତାଙ୍କ ମୁଣ୍ଡ ତଳକୁ ଏବଂ ଗୋଡ ଉପରକୁ କରି ଫ୍ୟାନ୍ସମାନଙ୍କୁ ଏକ ଅଲଗା ଅନ୍ଦାଜରେ ନମସ୍କାର କରୁଥିବା ଦେଖିବାକୁ ମିଳୁଛି । ଏହି ଭିଡିଓକୁ ଫ୍ୟାନ୍ସମାନେ ବେଶ ପସନ୍ଦ କରିବା ସହିତ, ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ।
Download Argus News App
