ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ତାଙ୍କ ଯୋଗ ଏବଂ ଫିଟ୍ନେସ୍କୁ ନେଇ ସବୁବେଳେ ଫର୍ଫେକ୍ଟ ଥାଆନ୍ତି । ହେଲେ ହୁଏତ ସମସ୍ତଙ୍କୁ ଜଣା ନଥିବ ଯେ, ମଲାଇକା କୁକିଙ୍ଗ୍ରେ ମଧ୍ୟ ମାଷ୍ଟର ଅଟନ୍ତି । ନିକଟରେ ସେ କୁକିଙ୍ଗ୍ କରୁଥିବାର କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆ ଆକାଉଂଟରେ ସେୟାର କରିଛନ୍ତି । ଏହା ମଧ୍ୟରୁ ତାଙ୍କର ଏକ ଫଟୋ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ କୁକିଙ୍ଗ୍ କରୁଥିବା ନଜର ଆସୁଛନ୍ତି । ଏହି ଫଟୋରେ ମଲାଇକାଙ୍କ ଲୁକ୍ ଏକଦମ୍ ଜବରଦସ୍ତ ରହିଛି । ଏଥିରେ ସେ ଏକ ଓଭର୍ସାଇଜ୍ ସର୍ଟ ପିନ୍ଧିବା ସହିତ , କିଛି ଖାଉଥିବା ଦେଖିବାକୁ ମିଳୁଛି । ଫଟୋ ସେୟାର କରି ମଲାଇକା ଲେଖିଛନ୍ତି ଯେ, ‘କିଛି ଭଲ ପ୍ରସ୍ତୁତ ହେଉଛି ଏବଂ ଏହାକୁ ଆପଣମାନଙ୍କ ସହ ସେୟାର କରିବା ପାଇଁ ମୁଁ ଅପେକ୍ଷା କରିପାରୁ ନାହିଁ । ଏମିତିରେ କେହି ଗେସ୍ କରିପାରିବେ କି ? ‘ ।
ମଲାଇକାଙ୍କ ଏହି ଫଟୋରେ ଫ୍ୟାନ୍ସମାନେ ନିଜ ନିଜର କମେଣ୍ଟ ମାଧ୍ୟମରେ ଗେସ୍ କରିବାକୁ ଚେଷ୍ଟା କରୁଛନ୍ତି । କେବଳ ଫ୍ୟାନ୍ସ ନୁହଁନ୍ତି , ବରଂ ଅନେକ୍ କଳାକାର ମଧ୍ୟ କମେଣ୍ଟ କରୁଛନ୍ତି ।
ହେଲେ ସବୁଠାରୁ ଖାସ୍ କଥା ହେଲା , ତାଙ୍କର ଏହି ଫଟୋରେ ଅନେକଙ୍କ ଦୃଷ୍ଟି ତାଙ୍କ ଖାଦ୍ୟ ଉପରେ ନପଡି , ତାଙ୍କ ସର୍ଟ ପ୍ରତି ଦୃଷ୍ଟି ପଡୁଛି । କେହିକେହି ମଜାଳିଆ ଢଙ୍ଗରେ ଏକଥା ମଧ୍ୟ କହୁଛନ୍ତି ଯେ, ସେ ଅର୍ଜୁନ୍ କପୁରଙ୍କ ସର୍ଟ ତ ପିନ୍ଧି ନାହାଁନ୍ତି ।