ପୂର୍ବରୁ ଉର୍ଫି ସମାନ ଧରଣର ପୋଷାକ ପିନ୍ଧିଥିବାରୁ ମଲାଇକା ତାହାକୁ କପି କରିଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ମଲାଇକା ଏକ ବ୍ଲାକ ରିଭିଲିଂ ବୋଲ୍ଡ ଆଉଟଫିଟ୍ରେ ନଜର ଆସିଥିଲେ। ପାର୍ଟିରେ ପହଞ୍ଚିବାପରେ ତାଙ୍କର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ମଲାଇକା ଉର୍ଫିଙ୍କ ପୋଷାକର ନକଲ କରିଥିବା ସୋସିଆଲ ମିଡିଆ ୟୁଜର୍ସ କମେଣ୍ଟ କରିଛନ୍ତି। ୟୁଜର୍ସ ମାନେ କହିଛନ୍ତି ଯଦି ଊର୍ଫିଙ୍କୁ ସମାଲୋଚନା କରାଯାଉଛି ତେବେ ମଲାଇକାଙ୍କୁ କାହିଁକି ନୁହେଁ। ଏଭଳି ପୋଷାକ ନ ପିନ୍ଧିବାକୁ ୟୁଜର୍ସ ମାନେ କହିବା ସହ କେହି କେହି ମଲାଇକାଙ୍କ ଏଭଳି ଡ୍ରେସପିନ୍ଧାକୁ ଦେଖି ପ୍ରବଳ ଗାଳି କରିଛନ୍ତି।
ପ୍ରକାଶ ଥାଉ କି, ମଲାଇକା ଅରୋରା ଖାନ ସଲମାନଙ୍କ ଭାଇ ଅରବାଜ ଖଶନଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇଜଣ ପୁଅ ଅଛନ୍ତି। କିନ୍ତୁ ବିବାହର ଦୀର୍ଘ ବର୍ଷ ପରେ ଦୁହେଁ ଦୁହିଁଙ୍କୁ ଛାଡ଼ପତ୍ର ଦେଇସାରିଛନ୍ତି। ଅରବାଜ ତାଙ୍କଠାରୁ ୨୧ ବର୍ଷ ସାନ ଜିଓର୍ଜିଆଙ୍କୁ ଡେଟ କରୁଥିବାବେଳେ ମଲାଇକା ତାଙ୍କ ଠାରୁ ୧୦ବର୍ଷ ସାନ ଅର୍ଜୁନ କପୁରଙ୍କ ସହ ରିଲେଶନସିପ୍ରେ ଅଛନ୍ତି।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।