ରିଜାବାଓ୍ବା ତାଙ୍କ ଫିଲ୍ମ କ୍ୟାରିୟରେ ଅନେକ ମଲାୟାଲମ ହିଟ ଫିଲ୍ମ ଭେଟି ଦେଇଛନ୍ତି ଦର୍ଶକଙ୍କୁ । ପ୍ରାୟତଃ ଅଧିକାଂଶ ଫିଲ୍ମରେ ସେ ଖଳନାୟକ ଚରିତ୍ରରେ ଅଭିନୟ କରନ୍ତି । ଥିଏଟରରୁ ସେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । ଫିଲ୍ମ ବ୍ୟତୀତ ସେ ଟେଲି ଧାରାବାହିକରେ ମଧ୍ୟ କାମ କରିଛନ୍ତି । ତେବେ ତାଙ୍କ ଦେହାନ୍ତ ଖବର ଶୁଣିବା ପରେ, ମଲାୟାଲମ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳି ଯାଇଛି ।
ଆରପାରିରେ ଅଭିନେତା ରିଜାବାଓ୍ବା

ନୂଆଦିଲ୍ଲୀ : ମଲାୟାଲମ ଫିଲ୍ମରେ ଖଳନାୟକ ଭୂମିକାରେ ଅଭିନୟ କରି ଅନେକ ପ୍ରଶଂସା ଓ ଲୋକପ୍ରିୟତା ସାଉଣ୍ଟିଥିବା ଅଭିନେତା ରିଜାବାଓ୍ବା ଆଉ ଏ ଦୁନିଆଁରେ ନାହାଁନ୍ତି । ତାଙ୍କ ଫିଲ୍ମ କ୍ୟାରିୟରରେ ୧୨୦ ରୁ ଅଧିକ ଫିଲ୍ମରେ ସେ କାମ କରିଛନ୍ତି । ତିନି ଦଶକ ଧରି ପରଦାରେ ଦର୍ଶକଙ୍କ ମନରୋଞ୍ଜନ କରିଥିବା ଏହି ଅଭିନେତାଙ୍କର ଗତକାଲି ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି । ରିପୋର୍ଟସ ଅନୁଯାୟୀ, ରିଜାବାଓ୍ବା କିଡନୀ ରୋଗରେ ଅସୁସ୍ଥ ଥିଲେ । ଏବଂ ହସ୍ପିଟାଲରେ ସେ ଚିକିସ୍ବିତ ହେଉଥିଲେ । କିନ୍ତୁ ୧୩ ସେପ୍ଟେମ୍ବର ୨୦୨୧ରେ ସେ ସବୁଦିନ ପାଇଁ ଏ ଦୁନିଆଁକୁ ଅଲବିଦା କରି ଶୋଇ ଯାଇଛନ୍ତି ଚିରନିଦ୍ରାରେ ।
Download Argus News App
