ଅନିକା ତାଙ୍କ ପୋଷ୍ଟରେ ଲେଖିଛନ୍ତି, ମୋ ସହ ଯାହା ହୋଇଛି ତାକୁ ଅତୀତରେ ଛାଡ଼ିଦେଇଛି। ଏହାପରେ ମୋତେ ସବୁବେଳେ ଧମକପୂର୍ଣ୍ଣ କଲ ମଧ୍ୟ ଆସୁଥିଲା। ମୁଁ ଅନୁପ ପିଲ୍ଲାଇ ନାମକ ଜଣେ ବ୍ୟକ୍ତିଙ୍କୁ ଡେଟ କରୁଥିଲି। କିନ୍ତୁ ସେ ମୋତେ ମାନସିକ ଓ ଶାରିରୀକ ନିର୍ଯାତନା ଦେଉଥିଲେ। ମୁଁ ଏଭଳି ନୃଶଂସ ଲୋକ କେଉଁଠି ଦେଖିନି। ମୋତେ ବହୁତ କଷ୍ଟ ଦେଇଛି। ମୋ ଲାଇଫକୁ ହେଲ କରିଦେଇଛି। ମୋତେ ବାରମ୍ବାର ମାରୁଥିଲା କିନ୍ତୁ ମୁଁ ଜଣେ ବୋକି ଥିଲି କାରଣ ସବୁବେଳେ ମାରିବାପରେ ସେ ମୋତେ କ୍ଷମା ମାଗୁଥିଲା।
ସେ ଯେତେବେଳେ ଦ୍ବିତୀୟ ଥର ମାରିଥିଲା ମୁଁ ତା ନାରେ ବାଙ୍ଗାଲୋର ପୋଲିସ ଥାନାରେ ଅଭିଯୋଗ କରିଥିଲି। କିନ୍ତୁ ପୋଲିସକୁ ପଇସା ପତ୍ର ଦେଇ ସେ ଆପୋଷ ବୁଝାମଣା କରାଇଦେଇଥିଲେ। ପୋଲିସ ତାଙ୍କ ସହ ଥିବାରୁ ସେ ମୋତେ ମାରିବାକୁ ସାହାସ ପାଇଯାଇଥିଲା। ସେ ଅନେକଥର ପ୍ରତାରଣା କରିଥିବାରୁ ମୋତେ ତାକୁ ଛାଡ଼ିବାକୁ ପଡ଼ିଲା। ଏଭଳି ଗଣ୍ଡଗୋଳରେ ମୋ ମୋବାଇଲ ମଧ୍ୟ ସେ ଭାଙ୍ଗିଦେଇଥିଲେ। ଏପରି ଲେଖି ଅଭିନେତ୍ରୀ ଜଣଙ୍କ ନିଜ ପୂର୍ବତନ ବୟଫ୍ରେଣ୍ଡ ବିଷୟରେ ଖୁଲାସା କରିଛନ୍ତି।