ଏମ୍ଏସ୍ ନସିମ୍ ଜଣେ ଜଣାଶୁଣା ଗାୟକ ଥିଲେ । ତାଙ୍କ ଗାୟିକିକୁ ଦର୍ଶକ ମଧ୍ୟ ବେଶ ପସନ୍ଦ କରୁଥିଲେ । ୧୯୮୭ରେ ତାଙ୍କୁ ସର୍ବଶ୍ରେଷ୍ଠ ଗାୟକ ପାଇଁ ସଙ୍ଗୀତ ନାଟକ ଏକାଡେମୀ ଆୱାର୍ଡ ଦିଆଯାଇଥିଲା ।
କେରଳର ପଞ୍ଚଲୁରରେ ସେ ଜନ୍ମଗ୍ରହଣ କରିଥିଲେ । ସ୍କୁଲ ଯିବା ସମୟରେ ସେ ଗୀତ ଗାଇବା ଆରମ୍ଭ କରିଥିଲେ । ୧୧ ବର୍ଷ ବୟସରେ ସେ ସଙ୍ଗୀତ ଦୁନିଆଁରେ ପ୍ରବେଶ କରିଥିଲେ । କଲେଜ ସମୟରେ ମଧ୍ୟ ସେ କଲେଜ କାର୍ଯ୍ୟକ୍ରମରେ ଗୀତ ଗାଉଥିଲେ । ପରଦା ପଛରେ ସେ କୋର୍ଡିନେଟର ଏବଂ ପ୍ରୋଗ୍ରାମ୍ କଣ୍ଡକ୍ଟର କାମ ମଧ୍ୟ କରୁଥିଲେ ।