ଭଦ୍ରକ ଠାରୁ ଭୁବେନେଶ୍ୱରର ନବୀନ ନିବାସ ଯାଏଁ ପଦଯାତ୍ରା ....
ନୂଆଦିଲ୍ଲୀ : ମାଲାୟଲମ୍ ସିଙ୍ଗର ଏମ୍ଏସ୍ ନସିମ୍ ଆଉ ଏ ଦୁନିଆଁରେ ନାହାଁନ୍ତି । ବୁଧବାର ଦିନ ତାଙ୍କର ଦେହାନ୍ତ ହୋଇଛି । thiruvananthapuramଏକ ହସ୍ପିଟାଲରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦୀର୍ଘଦିନ ଧରି ସେ ଅସୁସ୍ଥ ଥିବା ଜଣାପଡିଛି ।
ଏମ୍ଏସ୍ ନସିମ୍ ଜଣେ ଜଣାଶୁଣା ଗାୟକ ଥିଲେ । ତାଙ୍କ ଗାୟିକିକୁ ଦର୍ଶକ ମଧ୍ୟ ବେଶ ପସନ୍ଦ କରୁଥିଲେ । ୧୯୮୭ରେ ତାଙ୍କୁ ସର୍ବଶ୍ରେଷ୍ଠ ଗାୟକ ପାଇଁ ସଙ୍ଗୀତ ନାଟକ ଏକାଡେମୀ ଆୱାର୍ଡ ଦିଆଯାଇଥିଲା ।
କେରଳର ପଞ୍ଚଲୁରରେ ସେ ଜନ୍ମଗ୍ରହଣ କରିଥିଲେ । ସ୍କୁଲ ଯିବା ସମୟରେ ସେ ଗୀତ ଗାଇବା ଆରମ୍ଭ କରିଥିଲେ । ୧୧ ବର୍ଷ ବୟସରେ ସେ ସଙ୍ଗୀତ ଦୁନିଆଁରେ ପ୍ରବେଶ କରିଥିଲେ । କଲେଜ ସମୟରେ ମଧ୍ୟ ସେ କଲେଜ କାର୍ଯ୍ୟକ୍ରମରେ ଗୀତ ଗାଉଥିଲେ । ପରଦା ପଛରେ ସେ କୋର୍ଡିନେଟର ଏବଂ ପ୍ରୋଗ୍ରାମ୍ କଣ୍ଡକ୍ଟର କାମ ମଧ୍ୟ କରୁଥିଲେ ।