ଭାଇରଲ ହେଉଥିବା ଭିଡିଓରେ ଦେବୋଲିନା ଭଟ୍ଟାଚାର୍ଯ୍ୟ ଏବଂ ବିଶାଲ ସିଂ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଦେବୋଲିନା ଏବଂ ବିଶାଲ୍ ନିଜ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସମାନ ଭିଡିଓ ପୋଷ୍ଟ କରିଥିଲେ । ଯେଉଁଥିରେ ଦୁହେଁ ହଳଦିଆ ରଙ୍ଗର କପଡା ପିନ୍ଧିଥିବାର ନଜର ଆସିଛନ୍ତି। ଦୁହିଁଙ୍କୁ ଦେଖି ଫ୍ୟାନ୍ସ ଅନ୍ଦାଜ ଲଗାଉଛନ୍ତି କି, ଖୁବଶୀଘ୍ର ହୁଏତ ସେମାନେ ବିବାହ କରିପାରନ୍ତି । ଆଉ ଭିଡିଓ ବିଶାଲ ଦେବୋଲିନାଙ୍କ ମଧ୍ୟରେ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଛି।
ସେହିପରି ଅଭିନେତ୍ରୀଙ୍କ ସାଙ୍ଗ ଏବଂ ଫ୍ୟାନ୍ସ ମଧ୍ୟ କିଛି ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଯେଉଁଥିରେ ବିଶାଲ ଦେବୋଲିନାଙ୍କୁ ନିଜ ହାତରେ ହଳଦୀ ଲଗାଉଛନ୍ତି। ଏହା ସହିତ ଫ୍ୟାନ୍ସ ଦେବୋଲିନାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ଏହି ଫଟୋ ଓ ଭିଡିଓ ସାମ୍ନାକୁ ଆସିବା ପରେ ଫ୍ୟାନ୍ସ ଆଶ୍ଚର୍ଯ୍ୟ ହେଉଛନ୍ତି ।
ଅନେକ ଫ୍ୟାନ୍ସ ବିଭିନ୍ନ ପ୍ରକାରର ପ୍ରଶ୍ନ ପଚାରୁଛନ୍ତି। ବିଶାଲ ସିଂ ଏବଂ ଦେବୋଲିନା ପ୍ରେମ ସଂପର୍କକୁ ନେଇ ଖବର ସାମ୍ନାକୁ ଆସିଥିଲା। ଦୁହେଁ ସୋସିଆଲ ମିଡିଆରେ ଏକାଠି ହୋଇ ଫଟୋ ସେୟାର କରିଥାନ୍ତି। କିନ୍ତୁ କେବେ ବି ନିଜ ସଂପର୍କକୁ ନେଇ ଖୁଲାସା କରିନାହାନ୍ତି । ପୂର୍ବରୁ ଦେବୋଲିନା ବିଶାଲଙ୍କୁ ନିଜର ଭଲ ବନ୍ଧୁ ବୋଲି କହୁଥିଲେ । କିନ୍ତୁ ଏବେ ସତ କ’ଣ, ତାହା ଅଭିନେତ୍ରୀଙ୍କ ବିବାହ ପରେ ଜଣାପଡିବ । ତେବେ ବାହାଘର କି ମ୍ୟୁଜିକ ଭିଡିଓ ପାଇଁ ଏମାନେ ଏମିତି କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା।