ନୂଆଦିଲ୍ଲୀ : ଜନ୍ମଦିନରେ ନ୍ୟୁଡ୍ ଫଟୋ ସେୟାର କରି ବିବାଦ ଘେରକୁ ଆସିଥିବା ମିଲିନ୍ଦ ସୋମନ ଏବେ ଏହାକୁ ନେଇ ଖୋଲାଖୋଲି ଭାବେ କଥାବାର୍ତ୍ତା କରିଛନ୍ତି । ସବୁ ଦିଗରେ ତାଙ୍କର ବିବାଦିଅ ପୋଷ୍ଟକୁ ଯଥାର୍ଥ କରିବାକୁ ଚେଷ୍ଟା କରୁଛନ୍ତି । ଏହି ପୋଷ୍ଟକୁ ଭୂଲ କହିଥିବା ଲୋକଙ୍କ ଦୃଷ୍ଟିକୋଣକୁ ସେ ପ୍ରଶ୍ନ କରିଛନ୍ତି ।
ମିଲିନ୍ଦ କହିଛନ୍ତି ଯେ, ଏହି ଫଟୋ ତାଙ୍କ ପତ୍ନୀ ଉଠାଇଥିଲେ । ଆଉ ଏଥିରେ କିଛି ଭୂଲ ନାହିଁ । ଭାରତୀୟ ପରମ୍ପରା ହିସାବରେ, ତାଙ୍କର ଏହି ଫଟୋରେ କିଛି ଭୂଲ ନାହିଁ ।
ସେ ଏକଥା ମଧ୍ୟ କହିଛନ୍ତି ଯେ, ଭାରତୀୟ ପରମ୍ପରା ବିଶାଳ, ବିବିଧ ଏବଂ ସମାବେଶୀ ଅଟେ । ମୁଁ ଅନେକ୍ ସ୍ଥାନ ଯାଇଛି ଅନେକ୍ ଲୋକଙ୍କ ସହିତ କଥାବାର୍ତ୍ତା କରିଛି ,ବିଭିନ୍ନ ଅଞ୍ଚଳ । ଲୋକଙ୍କ ସହ କଥାବାର୍ତ୍ତା କରିଛି ଏବଂ ସମସ୍ତଙ୍କ ସଂସ୍କୃତିରେ ବିବିଧତା ରହିଛି । ହେଲେ ଲୋକମାନେ ଏହା ମାନି ନେଲେଣି ଯେ, ମୋ ପରିବାର ଯାହାବି କରୁଛି ତାହା ଭଲ ସଂସ୍କୃତି , ହେଲେ ଯାହା ଅନ୍ୟମାନେ କରୁଛନ୍ତି, ତାହା ହେଉଛି ଆମେରିକୀୟ ସଂସ୍କୃତି । ଏମିତି ଲୋକମାନଙ୍କୁ ମୁଁ କହିବାକୁ ଚାହିଁବି ଯେ, ଆମେରିକାରେ ନଗ୍ନ ରହିବା ବେଆଇନ୍ ଅଟେ ।
ସେ ଆହୁରି କହିଛନ୍ତି ଯେ, ଆମ ଦେଶରେ ଅନେକ୍ ସ୍ଥାନରେ ଏହା ବେଆଇନ୍ ନୁହେଁ । ନିଜ ଯୁକ୍ତିକୁ ନିଜ ଫଟୋ ସହ ଯୋଡି , ମିଲିନ୍ଦ କହିଛନ୍ତି ମତେ ଲାଗୁଛି ଏହା ଭାରତୀୟ ସଂସ୍କୃତି ।
ଯଦି ଇନ୍ଷ୍ଟାଗ୍ରାମରେ ମୋ ଫଟୋକୁ ନେଇ କାହାକୁ କୌଣସି ସମସ୍ୟା ହେଉଛି ,ତେବେ ସେମାନଙ୍କ ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଇନ୍ଷ୍ଟାଗ୍ରାମର ମଧ୍ୟ ନିଜର ନିୟମ କାନୁନ୍ ରହିଛି । ମୁଁ ଏହା ବିଶ୍ୱାସ କରେ ଯେ, ସମାଜ ଏମିତି ହିଁ ଯେଉଁଠାରେ ସମସ୍ତଙ୍କ ନଜର ରହିଥାଏ । ହେଲେ ସେଥିରେ କାହାକୁ କିଛି ଫରକ୍ ନପଡିବା ଉଚିତ୍ ।