ନୂଆଦିଲ୍ଲୀ : ବଲିଉଡ ଅଭିନେତା ଶାହିଦ୍ କପୁର୍ଙ୍କ ପତ୍ନୀ ମୀରା ରାଜପୁତ୍ , ନିଜର ଇନ୍ଷ୍ଟାଗ୍ରାମ ଆକାଉଂଟରେ ଏକ ସବାଲ୍-ଯବାବ୍ ସେସନ୍ କରିଛନ୍ତି । ଏହା ମାଧ୍ୟମରେ ମୀରାଙ୍କୁ କିଛି ମଜାଦାର ପ୍ରଶ୍ନ କରାଯାଇଥିଲା । ଯାହାର ଯବାବ୍ ଦେଇଥିଲେ ମୀରା । ମୀରା ତାଙ୍କର କ୍ରସଙ୍କ ଠାରୁ ଆରମ୍ଭ କରି ମଥାରେ ଲାଗିଥିବା ଚୋଟ୍ର ଦାଗ ପର୍ଯ୍ୟନ୍ତ ,ଏସବୁ ବିଷୟରେ ଫ୍ୟାନ୍ସଙ୍କ ସହ ସେୟାର କରିଥିଲେ । ଯେତେବେଳେ ମୀରାଙ୍କୁ ତାଙ୍କ କ୍ରସଙ୍କ ବିଷୟରେ ପଚରାଯାଇଥିଲା , ତ ସେ କ୍ରିକେଟର୍ AB de Villiersଙ୍କ ନାଁ ନେଇଥିଲେ । ମୀରା କହିଥିଲେ ଆଇ ଲଭ୍ ହିମ୍ ।
ଏହାପରେ ମୀରାଙ୍କ ମଥାରେ ରହିଥିବା ଏକ ଛୋଟ ଦାଗ ବିଷୟରେ ପଚାରିବା ପରେ ସେ କହିଥିଲେ ଯେ, ମୁଁ ୩ ବର୍ଷର ଥିଲି , ସବୁ ପିଲାଙ୍କ ଭଳି ବେଡ୍ ଉପରେ କୁଦାକୁଦି କରୁଥିଲି । ଏହାପରେ ବେଡ୍ରୁ ଖସିପଡିଥିଲି ଏବଂ ବେଡ୍ କୋଣରେ ମଥା ବାଜି ଯାଇଥିଲା । ଆଉ ଏହି ଦାଗ ରହିଗଲା । ଏହାପରେ ପରିବାରର ସବୁଠାରୁ ପ୍ରିୟ ମଣିଷଙ୍କ ବିଷୟରେ ସେ କହିଥିଲେ ଯେ,ସେ ସମସ୍ତଙ୍କୁ ଭଲପାଆନ୍ତି , କିନ୍ତୁ ତାଙ୍କ ପାପା ତାଙ୍କର ସବୁଠାରୁ ପ୍ରିୟ ମଣିଷ ।
ପ୍ରକାଶ ଥାଉକି , ମୀରା ରାଜ୍ପୁତ୍ ଏବଂ ଶାହିଦ୍ କପୁର ୨୦୧୫ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏବେ ସେମାନେ ୨ଟି ସନ୍ତାନର ବାପା-ମା’ ହୋଇସାରିଛନ୍ତି ।