ନୂଆଦିଲ୍ଲୀ : VLCC ଫେମିନା ମିସ୍ ଇଣ୍ଡିଆ ରନର୍ସଅପ୍ ମାନ୍ୟା ସିଂ, ନିକଟରେ ଏମିତି କିଛି କରି ଦେଖାଇଛନ୍ତି,ଯାହା ଦ୍ୱାରା ଲକ୍ଷଲକ୍ଷ ଲୋକଙ୍କର ହୃଦୟ ଜିତିଛନ୍ତି ସେ ।
ମାନ୍ୟାଙ୍କୁ ମୁମ୍ବାଇର ଏକ କଲେଜରେ ନିମନ୍ତ୍ରିତ କରାଯାଇଥିଲା । ସେଠାରେ ତାଙ୍କ ପିତା-ମାତାଙ୍କୁ ସମ୍ମାନିତ କରାଯିବାର ଥିଲା । ଉତର ପ୍ରଦେଶର deoria ଜିଲ୍ଲାରେ ରହୁଥିବା ମାନ୍ୟା ସିଂଙ୍କ ବାପା ହେଉଛନ୍ତି , ଜଣେ ଅଟୋ ଚାଳକ । ମୁମ୍ବାଇ କାର୍ଯ୍ୟକ୍ରମରେ ମାନ୍ୟା ତାଙ୍କ ପିତା-ମାତାଙ୍କ ସହ ତାଙ୍କ ଅଟୋରେ ବସି ସେଠାରେ ଯାଇ ପହଞ୍ଚିଥିଲେ । ଯାହା ଦେଖି ପ୍ରଥମେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ ।
ସୋସିଆଲ ମିଡିଆରେ ଏବେ ଏହି ଫଟୋ ବେଶ ଭାଇରାଲ ହେବାରେ ଲାଗିଛି । କାଲି ଯାଏଁ ମାନ୍ୟାଙ୍କୁ ଚିହ୍ନି ନଥିବା, ଜାଣି ନଥିବା ଲୋକେ, ଆଜି ମାନ୍ୟାଙ୍କର ଭୁରିଭୁରି ପ୍ରଶଂସା କରୁଛନ୍ତି ସେମାନେ ।
ତାଙ୍କ ମା’ ଓ ସେ ପଛ ସିଟରେ ବସିଥିଲେ ଏବଂ ତାଙ୍କ ପିତା ଅଟୋ ଚଳାଉଥିଲେ । ବେଳେ ବେଳେ ଏଭଳି ମଧ୍ୟ କିଛି ଦେଖିବାକୁ ମିଳେ, ବାପା-ମା’ କିଛି ଛୋଟମୋଟ କାମ କରୁଥିଲେ , ପିଲାମାନେ ସେମାନଙ୍କର ପ୍ରଫେସନ୍ ବିଷୟରେ କହିବାକୁ କୁଣ୍ଠାବୋଧ କରନ୍ତି । ହେଲେ ମାନ୍ୟା ଆଜି ସମସ୍ତଙ୍କ ପାଇଁ ,ଏକ ଉଦାହରଣ ସାଜିଛନ୍ତି ।
ଅନେକ୍ ଉତ୍ଥାନ୍-ପତନ ମଧ୍ୟରେ ଗତି କରିଥିବା ମାନ୍ୟା, ଆଜି କେବଳ ତାଙ୍କ ପିତା-ମାତାଙ୍କଙ୍କର ନୁହେଁ , ବରଂ ସାରା ରାଜ୍ୟର ନାଁ ରୋଶନ କରିଛନ୍ତି ।