ଅର୍ଗସ ବ୍ୟୁରୋ: ଆନ୍ତର୍ଜାତିକ ସୁନ୍ଦରୀ ପ୍ରତିଯୋଗିତା ‘ମିସ୍ ୱାଲ୍ର୍ଡ ୨୦୨୧’ ର ବିଜୟୀ ହୋଇଛନ୍ତି ପୋଲାଣ୍ଡ୍ ସୁନ୍ଦରୀ। ସମସ୍ତଙ୍କୁ ପଛରେ ପକାଇ ପୋଲାଣ୍ଡ୍ର କେରୋଲିନା ବାଏଲସ୍କା ବିଜୟୀ ହୋଇଛନ୍ତି। ଏହାସହ ଭାରତୀୟ-ଆମେରିକୀୟ ଶ୍ରୀ ସାୟିନୀ ପ୍ରଥମ ଏବଂ କୋଟ୍ ଡିଲ୍ଭାୟର୍ର ଅଲିଭିଆ ୟେସ୍ ଦ୍ୱିତୀୟ ରନର୍ସ ଅପ୍ ହୋଇଛନ୍ତି। କୋକା-କୋଲା ମ୍ୟୁଜିକ୍ ହଲ୍ରେ ଜାମାଇକାର ମିସ୍ ୱାର୍ଲଡ୍ ୨୦୧୯ ଟୋନି-ଆନ୍ ସିଂହ ନୂତନ ମିସ୍ ୱାର୍ଲଡ୍ଙ୍କୁ ମୁକୁଟ ପିନ୍ଧାଇ ଥିଲେ।
୭୦ତମ ବିଶ୍ୱ ସୁନ୍ଦରୀ ହୋଇଛନ୍ତି ପୋଲାଣ୍ଡର କରୋଲିନା ବାଏଲସ୍କା । ପ୍ୟୁଟ୍ରୋ ରିକୋରେ ଆୟୋଜିତ ମିସ୍ ୱାର୍ଲ୍ଡ ପ୍ରତିଯୋଗୀତା ୭୦ ତମ ଟାଇଟଲ୍ ଜିତିଛନ୍ତି କରୋଲିନା ବାଏଲସ୍କା ।
ସୂଚନାଯୋଗ୍ୟ, ଶେଷ ଥର ପାଇଁ ୨୦୧୭ରେ ଭାରତର ପକ୍ଷରୁ ମଡେଲ୍ ତଥା ଅଭିନେତ୍ରୀ ମାନୁଷୀ ଛିଲ୍ଲାର ମିସ୍ ୱାଲ୍ର୍ଡ ବିଜୟିନୀ ହୋଇଥିଲେ।