ଦୁହେଁ ଗୋଆରେ ମାଲାୟାଲୀ ଏବଂ ବଙ୍ଗାଳୀ ରୀତିନୀତିରେ ବିବାହ କରିଛନ୍ତି । ବିବାହ ଦିନ ମୌନୀ ଏକ ପାରମ୍ପରିକ ଧଳା ନାଲି ଶାଢିରେ ବହୁତ ସୁନ୍ଦର ଦେଖାଯାଉଥିଲେ । ମୌନିଙ୍କ ବିବାହରେ କେବଳ ପରିବାର ସଦସ୍ୟ ଏବଂ ବହୁ ନିକଟତର ବିଶେଷ ବନ୍ଧୁ ସାମିଲ ହୋଇଥିଲେ । ବିବାହର ପୂର୍ବରୁ ମୌନିଙ୍କ ମେହେନ୍ଦି ଏବଂ ହଳଦୀର ଫଟୋ ମଧ୍ୟ ଭାଇରାଲ ହୋଇଥିଲା। ଯେଉଁଥିରେ ମୌନି ଖୁବ୍ ଖୁସି ଥିବା ସହ ସୁନ୍ଦର ଦେଖା ଯାଉଥିଲେ । ମୌନିଙ୍କର ବିବାହର ପ୍ରଥମ ଫଠୋ ଦେଖି ତାଙ୍କ ଫ୍ୟାନ୍ସମାନେ ଉତ୍ସାହିତ ହେବ ସହ ଶୁଭେଚ୍ଛା ଜଣାଇଥିଲେ ।
ସୂଚନା ଅନୁଯାୟୀ ମୌନି ଇଣ୍ଡଷ୍ଟ୍ରିର ଏକ ଜଣାଶୁଣା ଅଭିନେତ୍ରୀ ହୋଇଥିବାବେଳେ ସୁରଜ ଇଣ୍ଡଷ୍ଟ୍ରିର ବହୁ ଦୂରରେ । ସେ ଦୁବାଇର ଜଣେ ବ୍ୟାଙ୍କର୍ ତଥା ଶିଳ୍ପପତି ଅଟନ୍ତି।