ସୂଚନାଯୋଗ୍ୟ : ଫିଲ୍ମର ‘ଚେହେରେ’ର ରିଲିଜ୍ ଡେଟ୍ ପ୍ରଥମେ ୩୦ ଏପ୍ରିଲ ରଖାଯାଇଥିଲା । ହେଲେ ଏବେ ଏହାର ରିଲିଜ୍ ଡେଟରେ ପରିବର୍ତ୍ତନ ହୋଇଛି । ପରିବର୍ତ୍ତନ ହେବାପରେ ଫିଲ୍ମଟି ୯ ଏପ୍ରିଲରେ ସିନେମା ଘରେ ରିଲିଜ୍ ହେବାକୁ ଯାଉଛି ।
୯ ଏପ୍ରିଲରେ ରିଲିଜ୍ ହେବାକୁ ଯାଉଛି ଫିଲ୍ମ’chehre’

ନୂଆଦିଲ୍ଲୀ : ବଲିଉଡ ସୁପରଷ୍ଟାର ଅମିତାଭ୍ ବଚ୍ଚନ୍ ଏବଂ ଅଭିନେତା ଇମ୍ରାନ୍ ହାସ୍ମିଙ୍କ ଅଭିନୀତ ଅପ୍କମିଙ୍ଗ ଫିଲ୍ମ’ଚେହେରେ’କୁ ନେଇ ବେଶ ଚର୍ଚ୍ଚା ଲାଗି ରହିଛି । ଚଳିତ ବର୍ଷର ବହୁପ୍ରତିକ୍ଷୀତ ଫିଲ୍ମ ମଧ୍ୟରେ ସାମିଲ ରହିଛି ଫିଲ୍ମ’ଚେହେରେ’ । ପ୍ରଥମ ଥର ପାଇଁ ଏହି ଫିଲ୍ମରେ ଅମିତାଭ୍ ବଚ୍ଚନ ଏବଂ ଇମ୍ରାନ୍ ହାସ୍ମିଙ୍କ ଯୋଡି ଦର୍ଶକ ଦେଖିବାକୁ ପାଇବେ । ମିଷ୍ଟ୍ରି ,ଥ୍ରିଲରକୁ ନେଇ ପ୍ରସ୍ତୁତ ଏହି ଫିଲ୍ମ । ଏହାର ନିର୍ଦ୍ଦେଶନା ଦେଇଛନ୍ତି ରୁମି ଜାଫ୍ରି । ନିକଟରେ ଏହି ଫିଲ୍ମର ଟିଜର ରିଲିଜ୍ ହୋଇ ଯାଇଥିବା ବେଳେ ,ଫିଲ୍ମର ରିଲିଜ ଡେଟକୁ ନେଇ ବଡ ପରିବର୍ତ୍ତନ ହୋଇଛି ।
Download Argus News App
