ନୂଆଦିଲ୍ଲୀ : ମା’ ହେବାକୁ ଯାଉଛନ୍ତି ଗାୟିକା ନିତି ମୋହନ । ସୋସିଆଲ ମିଡିଆରେ ଏକ ପୋଷ୍ଟ ଲେଖି ସେ ଏହାର ସୂଚନା ଦେଇଛନ୍ତି । ଏହା ସହିତ ସେ ତାଙ୍କର କିଛି ଫଟୋ ମଧ୍ୟ ସେୟାର କରିଛନ୍ତି ।
୪୧ ବର୍ଷିୟା ନିତି ମୋହନ ଏହି ଫଟୋରେ ତାଙ୍କ ସ୍ୱାମୀ ନିହାର ପାଣ୍ଡ୍ୟାଙ୍କ ସହ ନଜର ଆସୁଛନ୍ତି । ପ୍ରଥମ ସନ୍ତାନର ବାପା-ମା’ ହେବାକୁ ଯାଉଛନ୍ତି ଦୁହେଁ । ଏହି ଫଟୋରେ ନିତି ଏକ ହଳଦିଆ ରଙ୍ଗର ଢିଲା ଡ୍ରେସ ପିନ୍ଧିଥିବା ବେଳେ , ନିହାର ଏକ ଲାଇଟ୍ ପିଙ୍କ୍ ରଙ୍ଗର ସର୍ଟ ପିନ୍ଧିଥିବା ଦେଖିବାକୁ ମିଳୁଛି । ଭିନ୍ନ ଭିନ୍ନ ଷ୍ଟାଇଲର ପୋଜ ଦେଇ ସେମାନେ ଫଟୋସୁଟ କରିଥିବା ନଜର ଆସୁଛି ।
ଏହି ଫଟୋ ସହିତ ନିତି କ୍ୟାପ୍ସନ୍ରେ ଲେଖିଛନ୍ତି ଯେ, ‘୧+୧=୩,ହୋନେ ୱାଲି ମମ୍ମି,ପାପା । ଇସ୍ସେ ଆଛା କ୍ୟା ଦିନ୍ ହୋ ସକ୍ତା ଥା ଜବ୍ ହମାରୀ ସେକେଣ୍ଡ ଆନିଭର୍ସାରୀ ହେ’ ।
ସୂଚନାଯୋଗ୍ୟ : ନିତି ମୋହନ ଏବଂ ନିହାର ପାଣ୍ଡ୍ୟା ୨୦୧୯ ମସିହା ୧୫ ଫେବୃୟାରୀରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।
ନିତି ମୋହନ ଷ୍ଟୁଡେଣ୍ଟ ଅଫ୍ ଦ ଇୟର ଫିଲ୍ମର ଗୀତ ଇସ୍କ ୱାଲା ଲବ୍ ମାଧ୍ୟମରେ ଡେବ୍ୟୁ କରିଥିଲେ ।