ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ ନୀତୁ କପୁର୍ ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ଥିବା ନଜର ଆସୁଛନ୍ତି । ସେ ତାଙ୍କର ଫଟୋ ଓ ଭିଡିଓ ସେୟାର କରି ସବୁବେଳେ, ଫ୍ୟାନ୍ସମାନଙ୍କ ସହିତ ଯୋହି ହୋଇ ରୁହନ୍ତି । ନିକଟରେ ସେ, ବରୁଣ ଧାୱନ୍, କିଆରା ଆଡଭାନୀ ଓ ଅନିଲ୍ କପୁରଙ୍କ ସହି ଫିଲ୍ମ ସୁଟିଂ ପାଇଁ ବାହାରିଛନ୍ତି । ସୋସିଆଲ ମିଡିଆରେ ଫଟୋ ସେୟାର କରି ସେ ଏହାର ସୂଚନା ଦେଇଛନ୍ତି । ପୂର୍ବରୁ ଅନେକ ସିନେମ।ରେ ଅଭିନୟ କରିଥିବା ଅଭିନେତ୍ରୀ ନୀତୁ କପୁର, ରିଷି କପୁରଙ୍କ ବିୟୋଗ ପରେ ପ୍ରଥମ ଥର ଏକ ଫିଲ୍ମ ସୁଟିଂ କରିବା ପାଇଁ ଯାଉଛନ୍ତି । ଫଟୋ ସେୟାର କରିବା ସହିତ, ସେ ରିଷି କପୁରଙ୍କ ମନେ ପକାଇ କହିଛନ୍ତି, ‘ମୁଁ ଜାଣେ ତୁମେ ମୋ ସାଥେସାଥେ ଅଛ’ ।
ନୀତୁ କପୁର ଏହି ଫଟୋ ସେୟାର କରିବା ସହିତ ଲେଖିଛନ୍ତି ଯେ, ‘ ଏହି ଖତରନାକ୍ ସମୟରେ ମୋର ପ୍ରଥମ ଫ୍ଲାଇଟ୍, ଏହାକୁ ନେଇ ମୁଁ ଟିକେ ଚିନ୍ତିତ । କପୁର ସାହେବ୍ ତୁମେ ମୋର ହାତରେ ହାତ ଥାମିବାକୁ ନାହଁ ସତ କିନ୍ତୁ ମୁଁ ଜାଣିଛି ତୁମେ ମୋ ସାଥେସାଥେ ଅଛ ‘ । ଆମେ ସବୁ କରୋନା ଟେଷ୍ଟ କରି ସାରିଛୁ ଆଉ ସୁରକ୍ଷିତ ଅଛୁ ।
ନୀତୁ କପୁର୍ ସେୟାର କରିଥିବା ଏହି ଫଟୋକୁ ୯୯ ହଜାରଠାରୁ ମଧ୍ୟ ଅଧିକ ଲାଇକ୍ ମିଳିସାରିଥିବା ବେଳେ ଫଟୋଟିକୁ ସମସ୍ତେ ବେଶ ପସନ୍ଦ କରୁଛନ୍ତି ।