ନୂଆଦିଲ୍ଲୀ : ବଲିଉଡର ପ୍ରସିଦ୍ଧ ସିଙ୍ଗର୍ ନେହା କକ୍କରଙ୍କ ବିବାହକୁ କିଛି ଦିନ ବିତି ସାରିଲାଣି କିନ୍ତୁ ଆଜିବି ତାଙ୍କ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ନେହା କକ୍କର ଓ ରାଇଜିଂ ଷ୍ଟାର୍ ଫେମ୍ ରୋହନପ୍ରୀତ୍ ସିଂ, ଗଲା ଅକ୍ଟୋବର ମାସରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଦୁହିଁଙ୍କ ଯୋଡି ଦର୍ଶକଙ୍କ ହୃଦୟ ଜିତିବାରେ କୌଣସି ମୌକା ହାତଛଡା କରୁନାହାଁନ୍ତି । ନିକଟରେ ତାଙ୍କର ପୁଣି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ‘ କୁଡି ତୁ ଚକୋଲେଟ’ ଗୀତରେ ଏକଦମ୍ ଜବରଦସ୍ତ ଅନ୍ଦାଜରେ ଡାନ୍ସ କରୁଥିବା ନଜର ଆସୁଛନ୍ତି । ଏହି ଭିଡିଓଟି ତାଙ୍କ ଫ୍ୟାନପେଜ୍ ଇନ୍ଷ୍ଟାଗ୍ରାମ୍ ଆକାଉଂଟରେ ସେୟାର କରିଛନ୍ତି , ଯାହାକୁ ଏବେ ଯାଏଁ ପାଖାପାଖି ଏକ ଲକ୍ଷରୁ ଅଧିକ ଥର ଦେଖାଯାଇ ସାରିଲାଣି ।
ନେହାଙ୍କ ସହିତ ଏହି ଭିଡିଓରେ ରୋହନପ୍ରୀତ୍ ସିଂ ଓ ଅନ୍ୟମାନେ ମଧ୍ୟ ଠୁମ୍କା ଲଗାଉଥିବା ଦେଖିବାକୁ ମିଳୁଛି । ଏହି ଡାନ୍ସରେ ନେହାଙ୍କ ଏକ୍ସପ୍ରେସନ୍ ଓ ତାଙ୍କ ଷ୍ଟାଇଲ୍ ଏକଦମ୍ ମସ୍ତ ଦେଖିବାକୁ ମିଳିବା ସହିତ ରେଡ୍ ଲେହେଙ୍ଗରେ ନେହା ବହୁତ୍ ସୁନ୍ଦର ଦେଖାଯାଉଛନ୍ତି ।
ସୁଚନାଯୋଗ୍ୟ : ନେହା କକ୍କର ତାଙ୍କ ଇନ୍ଷ୍ଟାଗ୍ରାମ୍ ମାଧ୍ୟମରେ ତାଙ୍କ ବିବାହ ସମ୍ପର୍କରେ ସୂଚନା ଦେଇଥିଲେ । ରୋହନପ୍ରୀତ୍ଙ୍କ ସହିତ ସେ ତାଙ୍କର ଏକ ଫଟୋ ସେୟାର କରି ଲେଖିଥିଲେ, ‘ ତୁମେ ମୋର’ । ଅନ୍ୟପଟେ ରୋହନପ୍ରୀତ୍ ସିଂ ମଧ୍ୟ ନେହାଙ୍କ ସହିତ ଫଟୋ ସେୟାର କରି ନିଜର ଭଲପାଇବାକୁ ସ୍ୱୀକାର କରିଥିଲେ । ନିକଟରେ ଦୁହେଁ ‘ନେହୁ ଦା ବ୍ୟାହା’ରେ ପ୍ରଥମ ଥର ପାଇଁ ଏକାଠି ମିଶି କାମ କରିଛନ୍ତି । ଯାହାକୁ ଦର୍ଶକ ମଧ୍ୟ ବେଶ ପସନ୍ଦ କରିଛନ୍ତି ।