ନେହା କକ୍କର ଓ ରୋହନପ୍ରୀତ୍ ସିଂଙ୍କ ଏହି ଭିଡିଓକୁ ତାଙ୍କ ଫ୍ୟାନକ୍ଲବ୍ ଇନଷ୍ଟାଗ୍ରାମ ଆକାଉଂଟରେ ସେୟାର କରିଛନ୍ତି । ଭିଡିଓରେ ନେହା ପଞ୍ଜାବୀ ସୁପରହିଟ ଗୀତ ’ Illegal Weapon ରେ ଧମାକାଦାର ଅନ୍ଦାଜରେ ଭାଙ୍ଗଡା କରୁଥିବା ନଜର ଆସୁଛନ୍ତି । ଏଥିରେ ସେ ଏକ ହ୍ୱାଇଟ କଲର କ୍ରପ ଟପ୍ ସହିତ ଲାଲ ଘାଗରା ପିନ୍ଧି, ବହୁତ୍ ସୁନ୍ଦର ଦେଖାଯାଉଛନ୍ତି ।
ସଙ୍ଗୀତ୍ ସେରେମୋନି ସହିତ ନେହା ଓ ରୋହନପ୍ରୀତ୍ଙ୍କ ବିବାହ ସହ ଜଡିତ, ସମସ୍ତ ରସମ୍ର ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ନିକଟରେ ‘ନେହୁ ଦା ବ୍ୟାହା ‘ରିଲିଜ୍ ହୋଇଯାଇଛି, ଯେଉଁଥିରେ ନେହା ଓ ରୋହନପ୍ରୀତ୍ ପ୍ରଥମ ଥର ପାଇଁ ଏକାଠି ମିଶି କାମ କରିଛନ୍ତି । ଏଥିରେ ଦୁହିଁଙ୍କ ଯୋଡିକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି