ଏଥିରେ ସେ ଏକ ବ୍ଲୁ କଲର ଶାଢୀ ପିନ୍ଧି ଖୁବ୍ ସୁନ୍ଦର ଦେଖା ଯାଉଛନ୍ତି । ତାଙ୍କର ଏହି ଟ୍ରାଡିସ୍ନାଲ ଲୁକ୍କୁ ଫ୍ୟାନ୍ସମାନେ ବେଶ ପସନ୍ଦ କରୁଛନ୍ତି । ଏବଂ ଶାଢୀର ମୂଲ୍ୟ ରହିଛି ପାଖାପାଖି ୧୫ ହଜାର ଟଙ୍କା । ଫଟୋ ସେୟାର କରି ସେ ଲେଖିଛନ୍ତି ଯେ, ‘ ଇଣ୍ଡିଆନ୍ ଆଇଡଲ ସେ ମୁଝେ ପ୍ୟାର୍ ହେ,ଶାଢୀ କୈସି ଲଗ୍ତି ହେ ମୁଝ୍ ପର୍ ? ‘
ପ୍ରକାଶ ଥାଉକି ନେହାଙ୍କର ଏହି ଆଉଟଫିଟ ଇଣ୍ଡିଆନ୍ ଆଇଡଲର ଏକ ଏପିସୋଡର । ଯେଉଁଠି ସେ ଏହି ଶାଢୀ ପିନ୍ଧିଥିଲେ । ଏହି ଶାଢୀ ପିନ୍ଧି ସେ ଭିନ୍ନ ଭିନ୍ ପୋଜ୍ ଦେଇଥିବା ଦେଖିବାକୁ ମିଳୁଛି । ଫ୍ୟାନ୍ସ ମାନେ ତାଙ୍କର ଏହି ଫଟୋକୁ ପସନ୍ଦ କରିବା ସହିତ, ନିଜ ନିଜର ରିଆକ୍ସନ ଦେବାରେ ଲାଗିଛନ୍ତି ।