ନେହା ଏହି ଫଟୋରେ ଏକ ବ୍ଲୁ କଲର ଶାଢୀ ପିନ୍ଧିଥିବା ନଜର ଆସୁଛନ୍ତି । ଏହାସହିତ ଏକଦମ୍ ଷ୍ଟାଇଲିଷ୍ଟ ଅନ୍ଦାଜରେ ନଜର ଆସୁଛନ୍ତି । ତେବେ ନେହାଙ୍କର ଏହି ଫଟୋରେ ତାଙ୍କ ପତି ରୋହନପ୍ରୀ୍ତ ସିଂ ରିଆକ୍ସନ୍ ଦେଇ ଲେଖିଛନ୍ତି ଯେ, ‘ଉଫ୍....ହଟ୍ନେସ୍ ...’ । ନେହା ଏହାର କ୍ୟାପସନରେ ଲେଖିଛନ୍ତି ଯେ, ପ୍ୟାର କରୋ ୟା ପସନ୍ଦ କରୋ । ତାଙ୍କର ଏହି ଫଟୋରେ ତାଙ୍କ ଫ୍ୟାନ୍ସମାନଙ୍କ ସମେତ ଅନେକ୍ ସେଲିବ୍ରେଟି ମଧ୍ୟ ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ।
ପତ୍ନୀଙ୍କ ଫଟୋରେ ଏମିତି ରିଆକ୍ସନ ଦେଲେ ରୋହନପ୍ରୀତ୍ ସିଂ

ନୂଆଦିଲ୍ଲୀ : ବଲିଉଡ ସିଙ୍ଗର ନେହା କକ୍କର ତାଙ୍କ ଗାୟିକିରେ ଫ୍ୟାନ୍ସମାନଙ୍କ ହୃଦୟରେ ସବୁବେଳେ ରାଜ୍ କରନ୍ତି । ସେ ତାଙ୍କ ସିଙ୍ଗିଙ୍ଗ୍ ମାଧ୍ୟମରେ ନିଜର ଲୋକପ୍ରିୟତା ଏବଂ ସଫଳତା ହାସଲ କରିଛନ୍ତି । ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ରହୁଥିବା ନଜର ଆସନ୍ତି ନେହା କକ୍କର । ସବୁବେଳେ ସେ ତାଙ୍କର ଫଟୋ ଏବଂ ଭିଡିଓ ସେୟାର କରି ଫ୍ୟାନ୍ସମାନଙ୍କ ସହ ଯୋଡି ହୋଇ ରୁହନ୍ତି । ଠିକ୍ ସେହିପରି ନିକଟରେ ସେ ତାଙ୍କର କିଛି ଲାଟେଷ୍ଟ ଫଟୋସୁଟର ଫଟୋ ସେୟାର କରିଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ନେହାଙ୍କର ଏହି ଫଟୋରେ ତାଙ୍କ ପତି ରୋହନପ୍ରୀତ୍ ସିଂ , ଏକଦମ୍ ଜବରଦସ୍ତ ରିଆକ୍ସନ୍ ଦେଇଛନ୍ତି ।
Download Argus News App
