ନୂଆଦିଲ୍ଲୀ : ଲୋକପ୍ରିୟ ସିଙ୍ଗର ନେହା କକ୍କର୍ଙ୍କୁ କିଏ ବା ନଜାଣେ । ତାଙ୍କର ସୁରିଲା ଆୱାଜ୍ ଓ ତାଙ୍କର ଷ୍ଟାଇଲ୍ ପାଇଁ ତାଙ୍କୁ ଦର୍ଶକ ବେଶ ପସନ୍ଦ କରନ୍ତି । ତେବେ ୨୦୨୦ ଅକ୍ଟୋବର ୨୪ରେ ନେହା,ରୋହନପ୍ରୀତ୍ ସିଂ’ଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି । ଦୁହିଁଙ୍କ ବିବାହକୁ ଦୁଇ ମାସ ମଧ୍ୟ ବିତି ସାରିଛି । ଏହା ମଧ୍ୟରେ ନେହା ତାଙ୍କ ବିବାହ ସହ ଜଡିତ ହୋଇ ରହିଥିବା, ତାଙ୍କର ଆଉ ଇଚ୍ଛା ବିଷୟରେ ନିକଟରେ ପ୍ରକାଶ କରିଛନ୍ତି । ନିକଟରେ ନେହାଙ୍କ ସ୍ୱାମୀ, ରୋହନପ୍ରୀତ୍ ସିଂ ଇଣ୍ଡିଆନ୍ ଆଇଡଲ ମଞ୍ଚରେ ଯାଇ ପହଞ୍ଚିଥିଲେ । ଆଉ ସେଠାରେ ନେହା ତାଙ୍କ ସ୍ୱାମୀଙ୍କ ସାମ୍ନାରେ,ତାଙ୍କ ବିବାହ ସହ ଜଡିତ ଥିବା ଇଚ୍ଛା ବାବଦରେ ମନ ଖୋଲି ପ୍ରକାଶ କରିଥିଲେ । ସେ କହିଥିଲେ ଯେ, ସେ ଦ୍ୱିତୀୟ ବିବାହ କରିବାକୁ ଚାହୁଁଛନ୍ତି । ତେବେ ସମସ୍ତଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ, ପୁଣି କାହାକୁ ବିବାହ କରିବେ ନେହା । ଦ୍ୱିତୀୟ ବିବାହ ନେହା ଆଉ କାହାକୁ ନୁହେଁ , ବରଂ ତାଙ୍କ ସ୍ୱାମୀ ରୋହନ୍ପ୍ରୀତ୍ ସିଂ’ଙ୍କୁ ଇସାଇ ରିତୀନିତୀରେ ଏକ ହ୍ୱାଇଟ୍ ଗାଉନ୍ ପିନ୍ଧି , ପୁଣି ଥରେ ବିବାହ କରିବାକୁ ଚାହାଁନ୍ତି । ସେ ତାଙ୍କ ହୃଦୟର କଥା ରୋହନପ୍ରୀତ୍ଙ୍କ ଆଗରେ କହିଦେଲେ ।