ମେଡ ଇନ ଇଣ୍ଡିଆ ଚଳଚ୍ଚିତ୍ରକୁ ୬ଟି ଭାଷା ତାମିଲ, ତେଲୁଗୁ, ମରାଠୀ, ହିନ୍ଦୀ, ମାଲାୟାଲମ ଓ କନ୍ନଡ ଭାଷାରେ ରିଲିଜ କରିଵାକୁ ଯୋଜନା ରଖାଯାଇଛି । ମିତ୍ରୋ, ନୋଟ ବୁକ, ଜୱାନୀ ଜାନେମନ, ରାମ ସିଂ ଚାର୍ଲି ଭଳି ଫିଲ୍ମର ନିର୍ଦେଶନା କରିଥିଵା ନୀତିନ କକରଙ୍କୁ ଏହି ଚଳଚ୍ଚିତ୍ରର ନିର୍ଦେଶନା ଦାୟିତ୍ଵ ମିଳିଛି । ଏସ ଏସ ରାଜାମୌଲିଙ୍କ ପୁଅ ଏସ ଏସ କାର୍ତ୍ତିକେୟ ଫିଲ୍ମର ପ୍ରଯୋଜନା କରୁଛନ୍ତି ।
ଏସ ଏସ ରାଜାମୌଲିଙ୍କ ଦ୍ଵାରା ନିର୍ମିତ RRR ଓ ଵାହୁଵଳୀ ଚଳଚ୍ଚିତ୍ରକୁ ଅନେକ ସଫଳତା ମିଳିଛି । ଏହି ଚଳଚ୍ଚିତ୍ରଟି ଆଗାମୀ ଦିନରେ ଦର୍ଶକଙ୍କ ମନକୁ ଛୁଇଁଵ ଵୋଲି ଆଶା ହେଉଛି ।
ଆହୁରି ପଢନ୍ତୁ ମନୋରଞ୍ଜନ ଖବର...