ତେବେ ଫିଲ୍ମର ଡାଇରେକ୍ଟର କହିଛନ୍ତି ଅଲୁ ଅର୍ଜୁନଙ୍କର ଫ୍ୟାନ ଫଲୋର୍ସ ଖୁବ ଅଧିକ। ଫିଲ୍ମଟି ଅଗଷ୍ଟ ୧୫ରେ ରିଲିଜ ହେବାନେଇ କାହିଁକି ଘୋଷଣା ହୋଇଛି। ଅଗଷ୍ଟ ୧୫ରେ ସବୁଠି ହଲିଡେ ଏହାସହ ଆସନ୍ତାବର୍ଷ ଅଗଷ୍ଟ ୧୯ ତାରିଖରେ ରାକ୍ଷୀ ଛୁଟି ବି ପଡ଼ିବ। ଏଥିପାଇଁ ଫ୍ୟାନମାନେ ଓ୍ବିକେଣ୍ଡରେ ଫିଲ୍ମର ମଜା ଉଠାଇବେ। ପୁଷ୍ପା-୨ ଦି ରୁଲ୍ସର ରିଲିଜ ତାରିଖ ଆସିବା ଦିନଠାରୁ ସମସ୍ତେ ପ୍ରଶ୍ନ କରିଛନ୍ତି ଯେ, ନିର୍ମାତାମାନେ କାହିଁକି ଏହି ତାରିଖ ବାଛିଲେ। ଫ୍ୟାନମାନେ ଦେଶ ପ୍ରେମକୁ ନେଇ ମଧ୍ୟ କିଛି ଟ୍ବିଷ୍ଟ ଅଛି ବୋଲି ଭାବୁଛନ୍ତି। ତେବେ ସେ ଯାହା ହେଉନା କାହିଁକି ମୁଭି ଘୋଷଣା ପରଠାରୁ ଲୋକଙ୍କ ମଧ୍ୟରେ ପୁଷ୍ପା ୨ ଦି ରୁଲ୍ସ ପାଇଁ କ୍ରେଜ ଅଲଗା ପ୍ରକାର ରହିଛି। ଅଲୁଙ୍କ ଷ୍ଟାଇଲ, ଲୁକ୍ସ ଏବଂ ଜବରଦସ୍ତ ଆକ୍ଟିଂକୁ ଫ୍ୟାନମାନେ ଚାହିଁ ବସିଛନ୍ତି।
ତେବେ ଏହି ମୁଭିକୁ ନେଇ ଆଉ ଏକ ବଡ଼ କଥା ହେଉଛି ମୁଭିର ବହୁ ଅଂଶ ଆମ ଓଡ଼ିଶାର ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳରେ ସୁଟିଂ ହୋଇଛି। ଆଉ ସେଇଟା ହେଉଛି ମୁଭିର ଏକ୍ସାଇଟମେଣ୍ଟ ପଏଣ୍ଟ। ମାଲକାନଗିରି ଜିଲ୍ଲାରେ ଜଙ୍ଗଲ ଯେତିକି ରହିଛି ତାହାଠାରୁ ଅଧିକ ଭରପୁର ରହିଛି ଏଠାକାର ପ୍ରାକୃତିକ ସମ୍ପଦ ଏବଂ ଏହାର ସୌନ୍ଦର୍ଯ୍ୟ। ଫିଲ୍ମରେ ରକ୍ତ ଚନ୍ଦନ କାଠ ଚୋରା ଚାଲାଣ କରି କିଭଳି ଜଙ୍ଗଲରେ କାଠ ଲୁଟ ହୋଇଛି ଏହାର ରଣନୀତି ଏହି ମୁଭିରେ ରହିଛି । ମାଲକାନଗିରିରେ ଆଲ୍ଲୁଙ୍କ ଏଣ୍ଟ୍ରି ଜବରଦସ୍ତ ରହିଥିଲା। ଲୋକେ ଯେମିତି ତାଙ୍କୁ ଦେଖିବାକୁ ଚାହିଁ ରହିଥିଲା। ଖଚାଖଚ ଗହଳିରେ ତାଙ୍କର ସ୍ବାଗତ ହୋଇଥିଲା।
ଆଇକନ ଷ୍ଟାର ଅଲୁ ଅର୍ଜୁନଙ୍କ ଜନ୍ମଦିନର ଏକ ସ୍ପେଶିଆଲ ସେଲିବ୍ରେଶନରେ ଏକ ଆକର୍ଷଣୀୟ ପୋଷ୍ଟର ପ୍ରକାଶ ପାଇଥିଲା। ପୋଷ୍ଟରଟି ମଧ୍ୟ ଟ୍ରେଣ୍ଡିଂରେ ରହିସାରିଛି। ତେବେ ଦେଖାଯାଉ ଅଲୁଙ୍କ ଏହି ମୁଭି ବକ୍ସଅଫିସରେ କଣ ରେକର୍ଡ କରୁଛି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର