ନୂଆଦିଲ୍ଲୀ: ବଲିଉଡ ଠାରୁ ଆରମ୍ଭ କରି ହଲିଉଡ ଯାଏଁ ବେଶ ପରିଚିତ , ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ସେ ତାଙ୍କ ପ୍ରତିଭା ଫଳରେ ଆଜି ବେଶ ଲୋକପ୍ରିୟ ହୋଇପାରିଛନ୍ତି । ସେ ତାଙ୍କ ଅଭିନୟକୁ ନେଇ ଯେତିକି ପରିଚିତ ,ନିକ୍ ଜୋନସ୍ଙ୍କୁ ବିବାହ କରିବା ପରେ ଆହୁରି ଚର୍ଚ୍ଚାକୁ ଆସିଥିଲେ । ତେବେ ପ୍ରିୟଙ୍କା ଏବଂ ନିକ୍ଙ୍କର ବେଶ ଭଲ ଫ୍ୟାନ୍ସ ଫଲୋଇଙ୍ଗ ମଧ୍ୟ ରହିଛନ୍ତି । ସୋସିଆଲ ମିଡିଆରେ ଦୁହେଁ ବେଶ ଆକ୍ଟିଭ୍ ରହୁଥିବା ମଧ୍ୟ ଦେଖିବାକୁ ମିଳେ । ପ୍ରିୟଙ୍କା ତାଙ୍କ ସ୍ୱାମୀଙ୍କ ସହ ଅନେକ୍ ଫଟୋ ସେୟାର କରି ସବୁବେଳେ ଫ୍ୟାନ୍ସମାନଙ୍କ ସହ ଯୋଡି ହୋଇ ରୁହନ୍ତି । ତେବେ ନିକଟରେ ନିକ୍ ଏକ ଭିଡିଓ ସେୟାର କରିଛନ୍ତି ।
ଇନ୍ଷ୍ଟାଗ୍ରାମରେ ନିକ୍ ଏକ ଭିଡିଓ ସେୟାର କରିଛନ୍ତି , ଯେଉଁଥିରେ ସେ ପ୍ରିୟଙ୍କାଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛନ୍ତି । ପ୍ରକୃତ କଥା ହେଲା, ପ୍ରିୟଙ୍କା ଚୋପ୍ରା ନିକଙ୍କ ଘରକୁ ଫେରିଥିବାର ଖୁସିରେ ଏକ ସରପ୍ରାଇଜ୍ ପ୍ଲାନ୍ କରିଥିଲେ । ନିକ୍ ଏହି ଭିଡିଓ ସେୟାର କରି ପ୍ରିୟଙ୍କାଙ୍କୁ ଧନ୍ୟବାଦ କରିଛନ୍ତି ।
ଭିଡିଓ ସେୟାର କରି ନିକ୍ ତାଙ୍କ ପତ୍ନୀଙ୍କ ପାଇଁ ଏକ ପ୍ୟାରଭରା କ୍ୟାପସନ ମଧ୍ୟ ଲେଖିଛନ୍ତି । ନିକ୍ଙ୍କର ଏହି ଅନ୍ଦାଜ୍ ତାଙ୍କ ଫ୍ୟାନ୍ସମାନଙ୍କୁ ବେଶ ପସନ୍ଦ ଆସିଛି ।
ସେ କ୍ୟାପସନରେ ଲେଖିଛନ୍ତି ଯେ, ‘ ମୋର ପତ୍ନୀ ଆଜି ମତେ ଏକ ଖାସ୍ ସରପ୍ରାଇଜ୍ ଦେଇଛନ୍ତି । । ଧନ୍ୟବାଦ୍ ପ୍ରିୟଙ୍କା......ତୁମେ ସବୁଠାରୁ ଭଲ’ । ଏହାପରେ ସେ ଆହୁରି ଲେଖିଛନ୍ତି ଯେ, ‘ ଚାଲନ୍ତୁ ଦେଖିବା କ’ଣ ସରପ୍ରାଇଜ୍ ‘ । ଭିଡିଓରେ ଏକ ଅନ୍ଧାର ରୁମ ଭିତରେ ନିକ୍ ଛିଡା ହୋଇଛନ୍ତି ଏବଂ ଲାଇଟ ଅନ୍ କରିବା ପାଇଁ ଆଗକୁ ବଢୁଛନ୍ତି । ଏହାପରେ ଭିଡିଓରେ ଦେଖିବାକୁ ମିଳୁଛି ଯେ, ଖୁବ୍ ସୁନ୍ଦର ଭାବେ ତାଙ୍କ ରୁମ୍ ସଜ୍ଜା ହୋଇଛି । ଏହା ଦେଖିବା ପରେ ନିକ୍ ହସିହସି କହୁଛନ୍ତି ଯେ, ୟେ ବହୁତ୍ ଭଲ । ଥ୍ୟାଙ୍କ ୟୁ ବେବେ ।