ଅକ୍ସିଜେନ ପଠାଇବା ପ୍ରଶଂସନୀୟ
ନୂଆଦିଲ୍ଲୀ : ପୁଣି ଥରେ କରୋନା ସମସ୍ତଙ୍କ ଚିନ୍ତା ବଢାଇଛି । ସତେ ଯେପରି ସମସ୍ତଙ୍କ ଆଖିରୁ ନିଦ ହଜେଇ ଦେଇଛି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି , ସବୁ କ୍ଷେତ୍ରର ଲୋକଙ୍କ ଉପରେ କରୋନାର ପ୍ରଭାବ ପଡୁଥିବା ଦେଖିବାକୁ ମିଳୁଛି । କରୋନାର ଦ୍ୱିତୀୟ ଲହରୀ ବେଶ ଦ୍ରୁତ ଗତିରେ ବଢି ଚାଲିଛି । ବଲିଉଡ ଦୁନିଆଁ ଉପରେ ଏହାର ଅଧିକ ପ୍ରଭାବ ପଡୁଥିବା ଦେଖିବାକୁ ମିଳୁଛି । ନିକଟରେ ଅନେକ୍ ବଲିଉଡ କଳାକାର କରୋନା ସଂକ୍ରମିତ ହୋଇଛନ୍ତି । ଠିକ୍ ସେମିତି ଏବେ କରୋନା ଜାଲରେ ଛନ୍ଦି ହୋଇ ପଡିଛନ୍ତି ଅଭିନେତ୍ରୀ ନିକିତା ଦତ୍ତ। । କରୋନା ସଂକ୍ରମିତ ହୋଇଛନ୍ତି ନିକିତା ।
କରୋନା ସଂକ୍ରମିତ ହେବା ପରେ ସେ ଘରେ କ୍ୱାରେଣ୍ଟାଇନରେ ଅଛନ୍ତି । ଅଭିନେତ୍ରୀ ନିକିତା ଦତ୍ତ। ଫିଲ୍ମ’କବିର୍ ସିଂ’ରେ ଜିୟା ଶର୍ମା କ୍ୟାରେକ୍ଟର ପ୍ଲେ କରିଥିଲେ ।