ଠିକ୍ ସେମିତି,ଟିଭି ରିଆଲିଟି ଶୋ’ ବିଗ୍ବସ୍ ସିଜିନ୍ ୧୪ ମାଧ୍ୟମରେ ଚର୍ଚ୍ଚାକୁ ଆସିଥିବା ନିକ୍କି ତମ୍ବୋଲି, ତାଙ୍କ ଭାଇଙ୍କୁ ସବୁଦିନ ପାଇଁ ହରାଇଛନ୍ତି । କରୋନା କାରଣରୁ ତାଙ୍କ ଭାଇଙ୍କର ଦେହାନ୍ତ ହୋଇଛି । ନିକ୍କି ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହାର ସୂଚନା ଦେଇଛନ୍ତି । ନିକ୍କି ତାଙ୍କ ଭାଇଙ୍କ ଫଟୋ ସହିତ, ଏକ ଇମୋସନାଲ ପୋଷ୍ଟ ଲେଖିଛନ୍ତି ।
ସେ ଲେଖିଛନ୍ତି ଯେ, ‘ଆମେ କେହିବି ଜାଣି ନଥିଲୁ ଯେ, ଆଜି ସକାଳେ ଭଗବାନ ତୁମର ନାଁ ନେବେ । ଜୀବନରେ ଆମେ ତୁମକୁ ବହୁତ୍ ଭଲପାଇଲୁ । ମରିବା ପରେ ମଧ୍ୟ କରିବୁ । ତୁମକୁ ହରାଇବା ପରେ ଆମର ହୃଦୟ ଭାଙ୍ଗି ଯାଇଛି ।
‘ତୁମର ଭଲପାଇବା ଏବେ ବି ଆମକୁ ଗାଇଡ କରିବ । ଆମେ ତୁମକୁ ଦେଖି ପାରିବୁନି ସତ, ହେଲେ ଆମେ ଜାଣୁ ତୁମେ ସବୁବେଳେ ଆମ ସହିତ ରହିବ । ଆମ ପରିବାରର ବନ୍ଧନ ଭାଙ୍ଗି ଯାଇଛି । କିଛି ବି ପୂର୍ବ ଭଳି ଆଉ ନାହିଁ । ଯେତେବେଳେ ଭଗବାନ୍ ଜଣ ଜଣ କରି ଆମ ସମସ୍ତଙ୍କୁ ଡାକିବେ , ସେତେବେଳେ ପୁଣି ଥରେ ଆମେ ସେଠାରେ ବନ୍ଧନ ତିଆରି କରିବା ।