ସାଉଥ ସୁପରଷ୍ଟାର ପବନକଲ୍ୟାଣଙ୍କ ତୃତୀୟ ବିବାହ ସଫଳ ହେଲାନି ବୋଲି ଚର୍ଚ୍ଚା ଜୋର ଧରିଛି। ପୁଣି କଣ ସମ୍ପର୍କ ଭାଙ୍ଗିଗଲା ଅଧାରୁ। ପବନକଲ୍ୟାଣ ଏବଂ ତାଙ୍କ ପତ୍ନୀ ଅନ୍ନା ଲେଝନେବାଙ୍କୁ ନେଇ ଏକ ବଡ଼ ଅପଟେଡ ସାମ୍ନାକୁ ଆସିଛି। କୁହାଯାଉଛି କି ଏହି ମ୍ୟାରେଡ କପଲଙ୍କ ଗୃହସ୍ତିରେ ଏବେ ଫାଟ। ପବନ ଏବେ ଇଣ୍ଡିଆରେ ଥିବାବେଳେ ଅନ୍ନା ତାଙ୍କ ପିଲାଙ୍କ ସହ ସିଙ୍ଗାପୁରରେ ରହୁଛନ୍ତି। ତେବେ ଏହି ଖବର କେତେ ସତ କେତେ ମିଛ ସେନେଇ ଅଫିସିଆଲି କୌଣସି ସ୍ପଷ୍ଟ କରାଯାଇନି।
ପବନ କଲ୍ୟାଣ ୨୦୧୩ ମସିହାରେ ରୁଶର ମଡେଲ ଅନ୍ନା ଲେଝନବାଙ୍କୁ ତୃତୀୟ ବିବାହ କରିଥିଲେ। ଦୁହିଁଙ୍କର ୨ ସନ୍ତାନ ଅଛି। ବିବାହର ୧୦ ବର୍ଷ ପରେ ପୁଣି ଅଲଗା ହୋଇଛନ୍ତି ବୋଲି ଚର୍ଚ୍ଚା ହେଉଛି। କାରଣ ପବନ କଲ୍ୟାଣଙ୍କ ସାଥିରେ କେଉଁଠି ବି ତାଙ୍କ ବିଦେଶୀ ସ୍ତ୍ରୀ ନ ଥାନ୍ତି। ବରୁଣ ତେଜ ଏବଂ ଲାବଣ୍ୟା ତ୍ରିପାଠୀଙ୍କ ଏନଗେଜମେଣ୍ଟ ସେରିମନୀରେ ମଧ୍ୟ ପବନ କଲ୍ୟାଣଙ୍କୁ ଏକୁଟିଆ ଦେଖିବାକୁ ମିଳିଥିଲା। ରାମଚରଉ-ଉପାସନାଙ୍କ ଝିଅର ନାମକରଣ ଫଙ୍କସନରେ ମଧ୍ୟ ସେ ଏକୁଟିଆ ସାମିଲ ହୋଇଥିଲେ।
ଅଧିକ ଖବର ପଢ଼ନ୍ତୁ : ଛାଡ଼ପତ୍ରକୁ ୨୫ ଦିନ ନ ପୂରୁଣୁ ମଥାରେ ସିନ୍ଦୁର ଲଗାଇ ଟ୍ରୋଲ ହେଲେ ଚାରୁ ଅସୋପା
ପ୍ରକାଶ ଥାଉ କି, ୫୧ ବର୍ଷରେ ପବନଙ୍କ ପ୍ରଥମ ବିବାହ ନନ୍ଦିନୀଙ୍କ ସହ ହୋଇଥିଲା। ୨୦୦୮ ମସିହାରେ ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେବାପରେ ୨୦୦୯ ମସିହାରେ ରେଣୁ ଦିଶାଇଙ୍କ ସହ ବିବାହ କରିଥିଲେ। ଏହି ବିବାହ ମଧ୍ୟ ଚାଲି ନ ଥିଲା। ଚାରିବର୍ଷ ପରେ ରେଣୁଙ୍କୁ ମଧ୍ୟ ଛାଡ଼ପତ୍ର ଦେଇଥିଲେ। ଏହାପରେ ୨୦୧୩ ମସିହାରେ ତୃତୀୟ ବିବାହ କରିଥିଲେ।
ଆହୁରି ଅଧିକ ମନୋରଞ୍ଜନ ଖବର ପଢ଼ନ୍ତୁ