ଜାଣିଛନ୍ତି, ନୁସରତ ଗର୍ଭବତୀ ଥିବା ଖବର ସାମ୍ନାକୁ ଆସିବା ପରେ ଅନେକ କଥାର ଖୁଲାସା ହୋଇଛି । ସ୍ୱାମୀ ନିଖିଲ କହିଛନ୍ତି, ‘ନୁସରତ ଗର୍ଭବତୀ ଅଛନ୍ତି ବୋଲି ମୁଁ ଜାଣି ନାହିଁ। କାରଣ ଆମେ ଦୁହେଁ ୬ ମାସ ଧରି ଏକାଠି ରହୁନାହୁଁ।’
ଏବେ ନୁସରତ ଜହାଁ କହିଛନ୍ତି ଯେ, ନିଖିଲଙ୍କ ସହ ତାଙ୍କ ବିବାହ ସ୍ୱୀକୃତି ପ୍ରାପ୍ତ ନୁହେଁ । ଯେଉଁଥିପାଇଁ ଛାଡପତ୍ର ନେବାର ପ୍ରଶ୍ନ ଉଠୁନାହିଁ ।
୨୦୧୯ରେ ବିଜନେସମ୍ୟାନ୍ ନିଖିଲ ଜୈନଙ୍କ ସହ ତାଙ୍କର ବିବାହ ହୋଇଥିଲା । ଦୁହିଁଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା ।
ନୁସରତ ଏକ ବୟାନରେ କହିଛନ୍ତି ଯେ, ‘ଏକ ବିଦେଶୀ ମାଟିରେ ହୋଇଥିବା କାରଣରୁ ତୁର୍କି ମ୍ୟାରେଜ ରେଗୁଲେସନ ଅନୁସାରେ ଆମ ବିବାହ ସ୍ୱୀକୃତିପ୍ରାପ୍ତ ନୁହେଁ । କାହିଁକି ନାଁ ଏହା ଦୁଇ ଧର୍ମର ଲୋକଙ୍କ ମଧ୍ୟରେ ହୋଇଥିବା ବିବାହ ଥିଲା । ଏଥିପାଇଁ ଏହାକୁ ଭାରତରେ ସ୍ୱୀକୃତି ମିଳିବା ଜରୁରୀ । କିନ୍ତୁ ଏପରି ହୋଇ ନ ଥିଲା । ଏଥିପାଇଁ ଛାଡପତ୍ରର ପ୍ରଶ୍ନ ଉଠୁନାହିଁ । ଏହା ଲିଭ୍ ଇନ୍ ରିଲେସନସିପ୍ ଥିଲା ।
କେବଳ ଏତିକି ନୁହେଁ, ନୁସରତ, ନିଖିଲଙ୍କ ଉପରେ ଟଙ୍କା ନେଣଦେଣକୁ ନେଇ ମଧ୍ୟ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ନିଖିଲ ତାଙ୍କୁ ନ ଜଣାଇ ତାଙ୍କ ଆକାଉଣ୍ଟରୁ ଟଙ୍କା ନେଇଛନ୍ତି ।
ସେ ଆଗକୁ ଏକଥା ମଧ୍ୟ କହିଛନ୍ତି ଯେ, ‘ଆମେ ବହୁତ୍ ପୂର୍ବରୁ ଅଲଗା ହୋଇ ଯାଇଥିଲୁ । ମୁଁ ମୋ ବ୍ୟକ୍ତିଗତ ଜୀବନକୁ ନିଜ ଭିତରେ ସୀମିତ ରଖିବାକୁ ଚାହୁଁଥିଲି । ମତେ କହିବାକୁ ଦୁଃଖ ଲାଗୁଛି କି, ମୋତେ ମୋ ପରିବାର ଯେଉଁ ଗହଣା ଦେଇଥିଲେ ତାହା ନିଖିଲଙ୍କ ପାଖରେ ଅଛି ।
ପ୍ରକାଶ ଥାଉକି, ୨୦୧୯ ଜୁନ୍ ୧୯ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ତା ପୂର୍ବରୁ ଦୁହେଁ ଦୁହିଁଙ୍କୁ ଡେଟ କରୁଥିଲେ । ତୁର୍କିରେ ରୀତିନୀତିରେ ବିବାହ ହୋଇଥିଲା, ଯେଉଁଠି ଉଭୟଙ୍କ ପରିବାର ସାମିଲ ହୋଇଥିଲେ । ଏହାପରେ ଦୁହେଁ କୋଲକାତାରେ ଏକ ରିସେପ୍ସନ ଆୟୋଜନ କରିଥିଲେ । ଯେଉଁଠି ମମତା ବାନାର୍ଜି ମଧ୍ୟ ଯୋଗ ଦେଇଥିଲେ ।