ନୂଆଦିଲ୍ଲୀ : ଆଜିବି ଭାରତ ସମେତ ଅନ୍ୟ କିଛି ଦେଶରେ କରୋନା ତାର କାୟା ବିସ୍ତାର କରିଛି । ଏବେ ବି କରୋନା ସଂକ୍ରମିତ ହେଉଛନ୍ତି ଲୋକେ । ଯାହା ଫଳରେ ଲୋକଙ୍କ ମନରେ କରୋନାର ଭୟ ଏବେ ବି ରହିଛି । ଏହାରି ମଧ୍ୟରେ ଜଣାଶୁଣା ଅଭିନେତ୍ରୀ ତଥା ଟିଏମ୍ସି ସାଂସଦ ନୁସ୍ରତ୍ ଜହାଁ କରୋନା ସଂକ୍ରମିତ ହୋଇଛନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ ନୁସରତଙ୍କ ସମସ୍ତ ମିଟିଙ୍ଗ୍ ଏବଂ ଅନ୍ୟ କାର୍ଯ୍ୟକ୍ରମ ବାତିଲ କରାଯାଇଛି ।
ଫ୍ୟାନ୍ସମାନେ ନୁସରତଙ୍କୁ ନେଇ ବେଶ ଚିନ୍ତିତ ଅଛନ୍ତି । ଏନେଇ ସୋସିଆଲ ମିଡିଆରେ ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରିବା ସହିତ ,ସେ ଜଲଦୀ ସୁସ୍ଥ ହୋଇଯିବା ନେଇ ପ୍ରାର୍ଥନା ମଧ୍ୟ କରୁଛନ୍ତି ।
ରାଜନୀତି ସହିତ ନୁସରତ୍ ସିନେମାରେ ମଧ୍ୟ ସବୁବେଳେ ବେଶ ସକ୍ରିୟ ଥାଆନ୍ତି । ଏହା ସହିତ ନିଜର ଫଟୋସୁଟକୁ ନେଇ ମଧ୍ୟ ସେ ବେଶ ଚର୍ଚ୍ଚାରେ ରୁହନ୍ତି । ନୁସ୍ରତ୍ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ୍ ରହି ଫଟୋ ଏବଂ ଭିଡିଓ ସେୟାର କରି ଫ୍ୟାନ୍ସମାନଙ୍କ ସହ ଯୋଡି ହୋଇ ରୁହନ୍ତି । ତାଙ୍କ ଫଟୋକୁ ଫ୍ୟାନ୍ସମାନେ ମଧ୍ୟ ବହୁତ୍ ପସନ୍ଦ କରନ୍ତି ।