ଏତେ ପରେ ବି ସିଏ ପ୍ରତୀକ୍ଷା କରିଛି ସରକାରୀ ଚାକିରୀ ଖଣ୍ଡେ ପାଇଁ । ତେବେ, ସେଇ ପ୍ରତୀକ୍ଷା ତା ଇଚ୍ଛାରୁ ଅଧିକ ସମୟ ମାଗି ବସିଛି । ଏତେ ପରେ ସେ କଣ କରୁଛି ?ଏଭଳି ସାମ୍ନା କରିଛି ପରିସ୍ଥିତିର । ତାହା ଦେଖିବାକୁ ମିଳିଛି ଫିଲ୍ମ ପ୍ରତୀକ୍ଷାରେ । ଯାହାକୁ ଦେଖି ତାଳିରେ କମ୍ପିଛି ପୁରା ସିନେମା ହଲ ।
ରିଲିଜ୍ ପୂର୍ବରୁ ଢେର୍ ପ୍ରଂଶସା ସାଉଁଟିବା ସହ ଗୋଆ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇଛି ଫିଲ୍ମ ପ୍ରତୀକ୍ଷା । ଏହି ସିନେମା ପ୍ରଦର୍ଶନ ପରେ ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ଅନୁପମ ଖେର ଫିଲ୍ମ ପ୍ରତୀକ୍ଷାର ହିନ୍ଦୀ ରିମେକ ନିଜେ କରିବେ ବୋଲି କହିଥିବା ବେଳେ ବାପା ଭୂମିକାରେ ଅଭିନୟ କରିବେ ସ୍ପଷ୍ଟ କରିଛନ୍ତି । ଯାହା ଓଡ଼ିଆ ସିନେମା ପାଇଁ ଏକ ଭିନ୍ନ ମୋଡ ଆଣିଛି । ଏଥିସହ ଏହି ଚଳଚ୍ଚିତ୍ରରେ ଦ୍ବୀପନ୍ବିତ ଦାସ, ବର୍ଷା ପଟ୍ଟନାୟକ, ସିଦ୍ଧାନ୍ତ ମହାପାତ୍ର, ଚୌଧୁରୀ ଜୟ ପ୍ରକାଶ ଦାସ, ରୋ଼ଶନ୍ ବିଶୋଇ, ଦୀପକ ଉପାଧ୍ୟାୟ, ଶୀଲା ତ୍ରିପାଠୀ, ଅବକାଶ ମିଶ୍ର, ରୂପମ୍ବିକା ନାୟକ ପ୍ରମୁଖ ଅଭିନୟ କରିଛନ୍ତି ।