ତାହିରା କଶ୍ୟପ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ଯାହା ମାଧ୍ୟମରେ ସେ ଆୟୁଷ୍ମାନ ଖୁରାନାଙ୍କୁ ଢେରସାରା ଭଲପାଇବା ଦେଇଛନ୍ତି । ତାଙ୍କର ଏହି ପୋଷ୍ଟରେ ଆୟୁଷ୍ମାନ ଏବଂ ତାଙ୍କ ଫ୍ୟାନ୍ସ ନିଜ ନିଜର ରିଆକ୍ସନ ଦେଉଛନ୍ତି ।
ତାହିରା ଏକ ପୁରୁଣା ଫଟୋ ସେୟାର କରିଛନ୍ତି । ଏହା ସହିତ ସେ ଲେଖିଛନ୍ତି ଯେ, ମୁଁ ୧୯ ବର୍ଷର ଥିଲି । ମତେ ତୁମେ ତୁମ ଫ୍ରେମ ବାଇକ, ମ୍ୟାଚିଂ ସ୍ବେଟର ଏବଂ ମଫୁଲର ସହିତ ବହୁତ୍ ଭଲ ଲାଗିଲ । ମୁଁ ସେତେବେଳେ ତୁମକୁ ଭଲ ପାଇ ବସିଲି,ଯେତେବେଳେ ତୁମେ ମୋ ପାଇଁ ଗିଟାର ସହିତ ଗୀତ ଗାଇଥିଲ । କଳା ପ୍ରତି ତୁମର ଭଲପାଇବା ଦେଖି ମୁଁ ଇମ୍ପ୍ରେସ ହୋଇଥିଲି । ସେସବୁ ଆଜିବି ତୁମ ପାଖରେ ଅଛି । ଏତେ ବର୍ଷ ପରେ ବି ତୁମର ସେହି ଭାବ ଏବଂ ତୁମ କାମ ପ୍ରତି ଉସ୍ବାହ ସେମିତି ହିଁ ରହିଛି ।
ଏହା ସହିତ ସେ ଏକଥା ମଧ୍ୟ ଲେଖିଛନ୍ତି ଯେ,ତୁମ ସହ ମୋ ଜୀବନ ବହୁତ୍ ଭଲ ଭାବେ ସେଟ ହୋଇ ରହିଛି । ମୁଁ ତୁମଠାରୁ ବହୁତ୍ କିଛି ଶିଖେ । ଜନ୍ମଦିନର ଶୁଭକାମନା’ ।
ପ୍ରକାଶ ଥାଉକି, ୨୦୧୧ରେ ଆୟୁଷ୍ମାନ ଖୁରାନା, ତାହିରା କଶ୍ୟପଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ୧୧ ବର୍ଷ ଦୁହେଁ ଦୁହିଁଙ୍କୁ ଡେଟ କରିବା ପରେ, ବିବାହ କରିବାର ନିଷ୍ପତି ନେଇ , ବିବାହ କରିଥିଲେ ।