ବିଗ ବସ୍ ରୁ ବାହାରିବା ପରେ ଏବେ ସବୁଠି ତାଙ୍କ ଚର୍ଚ୍ଚା । ପୁରା ସୋସିଆଲ ମିଡିଆରେ ଛାଇଯାଇଛନ୍ତି ମନିଷା ରାନୀ । ସେ କୁଆଡେ ଯାଉଛନ୍ତି କାହାକୁ ଦେଖା କରୁଛନ୍ତି ଫ୍ୟାନ୍ସଙ୍କୁ ଟିକ୍ ନିକ୍ ଖବର ଦେବା ସହ ତାଙ୍କ ଫ୍ୟାନ୍ସ ମାନେ ବି ଏ ସବୁକୁ ବହୁତ ଏନଞ୍ଜୟ କରୁଛନ୍ତି ।
କଥା ଦେଇ କଥା ରଖିଲେ ଟୋନି କକର୍ । ମନିଷା ରାନୀ ଓ ଟୋନି କକର୍ ଙ୍କ ଭିଡିଓ ଏବେ ଖୁବ ଭାଇରାଲ୍ ହେଉଛି । ବିଗ୍ ବସ୍ ହାଉସରେ ଥିବା ସମୟରେ ହିଁ ମନିଷାଙ୍କୁ ମ୍ୟୁଜିକି ଭିଡିଓର ଅଫର୍ ଦେଇଥିଲେ ଟୋନି । ଆଉ ସେହି କଥା ଏବେ ସେ ରଖିଛନ୍ତି । ମ୍ୟୁଜିକ୍ ଭିଡିଓ ଜମାନ ପାର୍ ଏବେ ସମସ୍ତଙ୍କ ମୁହଁରେ ।
ତେବେ ଏହି ମ୍ୟୁଜିକ୍ ଭିଡିଓରେ ମନିଷା ରାନୀଙ୍କ ଲୁକ୍ ଦର୍ଶକଙ୍କୁ ଖୁବ ଆକର୍ଷିତ କରିଛି । ତାଙ୍କ ଆଉଟି ଫିଟ୍ ଠୁ ଆରମ୍ଭ କରି ଲୁକ୍ ଆଉ ପରଫରମାନ୍ସ ଖୁବ ଉଚ୍ଚକୋଟିର ରହିଛି । ନାକରେ ନୋଥ ଓ ଲାଲ୍ ଲେହେଙ୍ଗା ଚୋଲିରେ ମନିଷା ଦର୍ଶକଙ୍କ ମନ କିଣିନେଇଛନ୍ତି । ଆଉ ତାଙ୍କ ଡ୍ୟାନ୍ସ ମୁଭସ୍ ଦର୍ଶକଙ୍କୁ ଦିୱାନା କରିଛି ।
ଏହି ଦୁଇ ଯୋଡିଙ୍କୁ ଲୋକେ ଖୁବ ପସନ୍ଦ କରୁଥିବାବେଳେ ଦୁହେଁ ରିଲେସନସିପ୍ ରେ ଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଭିଡିଓରେ ଦୁହିଁଙ୍କ ରୋମାନ୍ସ, ରିଲ୍ସ ଦର୍ଶକଙ୍କୁ ଖୁବ ଭଲ ଲାଗୁଛି । ଦୁହେଁ ବିବାହ କରିବା ନେଇ ଚର୍ଚ୍ଚା ହେଉଥିବାବେଳେ ମନିଷାଙ୍କୁ ଏ ବିଷୟରେ ପଚରାଯିବାରୁ ସେ କହିଛନ୍ତି ଟୋନି କକ୍କର କେବଳ ମୋର ଭଲ ବନ୍ଧୁ । ରିଲେସନସିପ୍ କିମ୍ବା ବିବାହ ବିଷୟରେ ଏତେ ଶୀଘ୍ର କଥା ହେବା ଠିକ୍ ନୁହେଁ । ବର୍ତ୍ତମାନ ଟୋନି ଏବଂ ମୁଁ ବହୁତ ଭଲ ବନ୍ଧୁ ପରବର୍ତ୍ତୀ ସମୟରେ କଣ ହେବ ସେ ବିଷୟରେ ତୁମେ ସବୁକିଛି ଜାଣିବ ବୋଲି କହିଛନ୍ତି ମନିଷା ।
ତେବେ ଏହି ଅନ ସ୍କ୍ରିନ୍ ରୋମାନ୍ସ କେବେ ଅଫ୍ ସ୍କ୍ରିନ୍ ରେ ପରିଣତ ହେବ ତାକୁ ସମସ୍ତଙ୍କ ଅପେକ୍ଷା ।
ଆହୁରି ପଢନ୍ତୁ ମନୋରଞ୍ଜନ ଖବର...