ବିଶେଷକରି ଯୁବ ବର୍ଗଙ୍କୁ ଆକୃଷ୍ଟ କରିଛି ଏହି ସିରିଜି। ଗଣ୍ଡଗୋଳ, ଖରାପ ଭାଷାରେ ଗାଳି ଗୁଲଜ, ମର୍ଡର ଏସବୁ ବର୍ତ୍ତମାନ ୱେବସିରିଜର ଏକ ପ୍ରକାର ଅଂଶ ହୋଇଗଲାଣି। ମାତ୍ର ଏଥିରେ ଏସବୁ କିଛି ଦେଖାଯାଇ ନାହିଁ। ଗାଁର ଲୋକମାନଙ୍କୁ ବିଭିନ୍ନ ବିଷୟରେ ସଚେତନ କରିବା ସହ ସେମାନଙ୍କ ଚାଲିଚଲଣକୁ ନେଇ ଏହି ସିରିଜ ପ୍ରସ୍ତୁତ ହୋଇଛି।
ସିରିଜର ପ୍ରଥମ ସିନରେ ଯେଉଁ ପାଣି ଟାଙ୍କି ଠାରେ ଶେଷ ହୋଇଥିଲ, ପଞ୍ଚାୟତର ପ୍ରଥମ ସିଜିନ୍ ଠିକ୍ ସେହିଠୁ ହିଁ ଆରମ୍ଭ ହୋଇଛି ସିଜିନ୍ 2।
ଏମବିଏ ପ୍ରବେଶିକା ପରୀକ୍ଷା ପ୍ରସ୍ତୁତି ଏବଂ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ସଚିବ ଚାକିରି ମଧ୍ୟରେ ଟଣାଓଟରା ହେଉଥିବା ଅଭିଷେକଙ୍କ କାହାଣୀ ଆଗକୁ ବଢିଛି 'ପଞ୍ଚାୟତ 2'ରେ। ଏଥର କିନ୍ତୁ କାହାଣୀ ଟିକେ ଅଧିକ ରୋମାଣ୍ଟିକ। କମେଡି ଛୁଙ୍କ ସହ ପରସା ଯାଇଛି, ସାମାଜିକ ସଚେତନତାର ବାର୍ତ୍ତା।
ଏହି ସିରିଜିରେ ନିଶାମୁକ୍ତି, ବାହ୍ୟ ମଳମୁକ୍ତି ଅଭିଯାନ ବାବଦରେ ହାସ୍ୟ ରସାତ୍ମକ ଢଙ୍ଗରେ ସଚେତନ କରାଯାଇଛି। ପୂର୍ବ ସିରିଜ ଭଳି ଏଥର ବି ସରପଞ୍ଚ ସେହି ନିରକ୍ଷର ମାଡାମ୍। ଯାହାଙ୍କ ସ୍ବାମୀ ଗାଁ ରାଜନୀତିର ମୁଖ୍ୟ କାରପଟଦାର। ‘ଦୋ ବଚ୍ଚେ ମିଠା ଖିର୍ ଉସସେ ଜ୍ୟାଦା ବଓ୍ବାସିର’ ଭଳି ସଚେତନତା ବାର୍ତ୍ତା ସହ ଲୋକଙ୍କୁ ପରିବାର ନିୟୋଜନ ପାଇଁ ସଚେତନା କରାଯାଇଛି।
ରାଜନୀତିରେ MLA ମାନଙ୍କ ଦବଦବା ସହ ପାଓ୍ବାର ମିସଲିଡିଂର ଚିତ୍ରକୁ ଦର୍ଶାଯାଇଛି। ଏମିତି କି ପାଓ୍ବାର ପଲିଟିକ୍ସ ପାଇଁ ସରକାରୀ ଅଧିକାରୀଙ୍କ ବଦଳିର ସୁନ୍ଦର ଚିତ୍ରଣ କରାଯାଇଛି।