ଏହି ଖାସ୍ ଦିନରେ ପରୀଣିତି ଚୋପ୍ରା ବି ତାଙ୍କ ସ୍ବାମୀଙ୍କ ପାଇଁ ଏକ ସୁନ୍ଦର ନୋଟ୍ ଲେଖିଛନ୍ତି। ଯେଉଁଥିରେ ଦୁଇ ଜଣଙ୍କ ରୋମାଣ୍ଟିକ୍ ମୁହୂର୍ତ୍ତ ଦେଖିବାକୁ ମିଳିଛି। ଫଟୋଗୁଡ଼ିକରେ ପରିଣୀତି ଓ ରାଘବ କେବେ ଷ୍ଟାଡିୟମ୍ରେ ମ୍ୟାଚ୍ ଦେଖୁଥିବାର ନଜର ଆସିଛନ୍ତି ତ ପୁଣି କେବେ ବିଦେଶୀ ରାସ୍ତାରେ ବୁଲୁଥିବାର ନଜର ଆସିଛନ୍ତି। ସେହି ଫଟୋଗୁଡ଼ିକ ଭିତରୁ ଗୋଟାଏ ଫଟୋ ଏପରି ବି ଅଛି, ଯେଉଁଥିରେ ପରିଣୀତିଙ୍କ ପାଦରେ ମେହେନ୍ଦୀ ଲାଗିଥିବାର ଦେଖିବାକୁ ମିଳିଛି।
ଏହି ସବୁ ଅଦେଖା ଫଟୋକୁ ଶେୟାର କରି ପରୀ ଲେଖିଛନ୍ତି, ତୁମେ ଭଗବାନଙ୍କ ନିକଟରୁ ମିଳିଥିବା ସବୁଠାରୁ ଭଲ ଗିଫ୍ଟ। ତୁମ ଶାନ୍ତ ରହିବା ମୋର ଔଷଧ। ଆଜି ଆନୁଷ୍ଠାନିକ ଭାବେ ମୋର ପ୍ରିୟ ଦିନ। ହାପି ବାର୍ଥଡେ ମାଇଁ ସ୍ବିଟ ହବି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର