ନୂଆଦିଲ୍ଲୀ : ବଲିଉଡ ଅଭିନେତା ବରୁଣ ଧବନଙ୍କ ପରେପରେ ବିବାହ ବନ୍ଧନରେ ବାନ୍ଧି ହେଲେ ଟେଲିଭିଜନ୍ ଅଭିନେତା କରନ୍ବୀର ମେହେରା । କରନ୍ବୀର ମେହେରା ଏବଂ ନିଧି ଭି ସେଠ୍ ଦୁହେଁ ଦୁହିଁଙ୍କୁ ନିଜର ଜୀବନ ସାଥି କରିଛନ୍ତି ।
ଦିଲ୍ଲୀର ଏକ ଗୁରୁଦ୍ୱାରରେ କରନ୍ ଏବଂ ନିଧି ବିବାହ କରିଛନ୍ତି । ଦୁହିଁଙ୍କ ବିବାହର ଫଟୋ ମଧ୍ୟ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ଏହି ଫଟୋରେ ଦୁହେଁ ଖୁବ୍ ସୁନ୍ଦର ଦେଖାଯାଉଥିବା ବେଳେ, ଦୁହିଁଙ୍କ ଯୋଡିକୁ ଦର୍ଶକ ମଧ୍ୟ ବେଶ୍ ପସନ୍ଦ କରୁଛନ୍ତି । ଏଥିରେ କରନ୍ ଏକ ସେରୱାନୀ ପିନ୍ଧି ବେଶ ହ୍ୟାଣ୍ଡସମ୍ ଲାଗୁଥିବା ବେଳେ, ନିଧି ଏକ ପିଙ୍କ୍ ଏବଂ କ୍ରୀମ୍ କଲରର ଲୋହେଙ୍ଗାରେ ଖୁବ୍ ସୁନ୍ଦର୍ ଦେଖାଯାଉଛନ୍ତି ।
ଦୁହିଁଙ୍କ ବିବାହର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ, ତାଙ୍କ ଫଟୋରେ ଫ୍ୟାନ୍ସମାନେ ତାଙ୍କୁ ଶୁଭକାମନା ଜଣାଉଛନ୍ତି । କରୋନା ଭାଇରସ କାରଣରୁ ତାଙ୍କ ବିବାହରେ ଅଳ୍ପ ସଂଖ୍ୟକ ଲୋକ ସାମିଲ ହୋଇଥିଲେ । ବିବାହ ପରେ ଏବେ ତାଙ୍କ ରିସେପ୍ସନ୍ ମୁମ୍ବାଇରେ ହେବ ।