ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ ତଥା ମଡେଲ ପୁନମ୍ ପାଣ୍ଡେ, ଫିଲ୍ମ ଠାରୁ ଅଧିକ ବିବାଦକୁ ନେଇ ଚର୍ଚ୍ଚାରେ ରୁହନ୍ତି । ତେବେ ନିକଟରେ ପୁଣି ଥରେ ସେ ଚର୍ଚ୍ଚା ପରିସରରେ ରହିଛନ୍ତି । ଆଉ ସେ ବି ବିବାଦକୁ ନେଇ । ଗତ ମଙ୍ଗଳବାର ଦିନ ମୁମ୍ବାଇର ଆଜାଦ୍ ମୈଦାନ୍ ପୁଲିସ୍ ଷ୍ଟେସନରେ ପଚରାଉଚୁରା ପାଇଁ ପୁନମଙ୍କୁ ଡକାଯାଇଥିଲା । ଯେଉଁଠାରେ ପାଖାପାଖି ତାଙ୍କୁ ୩ ଘଂଟା ଧରି ପଚରାଉଚୁରା କରାଯାଇଥିଲା । ଗତ ବର୍ଷ କରୋନା ଲକଡାଉନ ସମୟରେ ମୁମ୍ବାଇ ରୋଡରେ ବିଏମ୍ଡବ୍ଲୁ କାରରେ ବୁଲୁଥିବାର ଆରୋପ୍ ଲାଗିଥିଲା ତାଙ୍କ ଉପରେ । ଉକ୍ତ ମାମଲାରେ ତାଙ୍କୁ ଏବେ ପଚରାଉଚୁରା ପାଇଁ ପୁଲିସ୍ ଷ୍ଟେସନ୍ ଡକାଯାଇଥିଲା ।
ସୂଚନାଯୋଗ୍ୟ : ପୁନମ ତାଙ୍କ ସାଙ୍ଗଙ୍କ ସହିତ କରୋନା ଲକଡାଉନ ସମୟରେ ମୁମ୍ବାଇ ରୋଡରେ ବିଏମଡବ୍ଲୁ କାରରେ ବୁଲୁଥିବାର ଦେଖିବାକୁ ମିଳିଥିଲା । ଲକ୍ଡାଉନ୍ ନିୟମକୁ ଉଲଙ୍ଘନ କରିଥିବାରୁ , ତାଙ୍କ ନାଁରେ ମାମଲା ଦର୍ଜ କରାଯାଇଥିଲା । ଦୁହେଁ ଗିରଫ୍ ମଧ୍ୟ ହୋଇଥିଲେ । ପରେ ତାଙ୍କୁ ଜାମିନ୍ ମିଳିଥିଲା । ଉକ୍ତ ମାମଲାରେ ପୁଣି ଏବେ ପୁଲିସ୍ ତାଙ୍କୁ ପଚରାଉଚୁରା କରିଛି ।