ସୂଚନାଯୋଗ୍ୟ : ଶିଳ୍ପା ସେଟ୍ଟୀଙ୍କ ସ୍ଵାମୀ ରାଜ କୁନ୍ଦ୍ରାଙ୍କ ପର୍ଣ୍ଣଗ୍ରାଫି କେସ୍ରେ ଏବେ ବଲିଉଡ ଅଭିନେତ୍ରୀ ଶେର୍ଲିନ ଚୋପ୍ରାଙ୍କ ଅଡୁଆ ବଢିବାରେ ଲାଗିଛି । ଅଭିନେତ୍ରୀଙ୍କୁ ଏବେ ଗିରଫଦାରୀର ଭୟ ଘାରିବାରେ ଲାଗିଛି। ଗିରଫଦାରୀରୁ ବଞ୍ଚିବା ପାଇଁ ସେର୍ଲିନ୍ ଚୋପ୍ରା ମୁମ୍ବାଇ ସେସନ କୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ। ହେଲେ ଅଦାଲତ ଜାମିନ ଆବେଦନ ଖାରଜ କରି ଦେଇଛନ୍ତି।
ରାଜ କୁନ୍ଦ୍ରାଙ୍କ ସହ, ସହ ଅଭିଯୁକ୍ତ ଭାବେ ଗିରଫଦାରୀର ଭୟ ଆଶଙ୍କାକୁ ଦେଖି ସେ କୋର୍ଟରେ ଆଶ୍ଵସ୍ତି ଦାବି କରିଥିଲେ। ଅନ୍ୟପଟେ ମୁମ୍ବାଇ ଅପରାଧିକ ଶାଖା ଅର୍ଥାତ କ୍ରାଇମ ବ୍ରାଞ୍ଚ ସେଲ୍ ସେର୍ଲିନ୍ ଚୋପ୍ରାଙ୍କ ବୟାନ ରେକର୍ଡ ପାଇଁ ତଲବ କରିଥିଲା । ଅଶ୍ଳୀଳ ଚଳଚ୍ଚିତ୍ର ରାକେଟ୍ରେ ଚୋପ୍ରାଙ୍କୁ ଚଳିତ ସପ୍ତାହରେ ପଚରାଉଚୁରା ପାଇଁ ତଲବ କରାଯାଇପାରେ ବୋଲି କୁହାଯାଉଛି ।
ସେର୍ଲିନ୍ ଅଭିଯୋଗ କରିଛନ୍ତି ଯେ, ରାଜ କୁନ୍ଦ୍ରା ତାଙ୍କ ଉପରେ ଯୌନ ଶୋଷଣ କରିଥିଲେ। ହେଲେ ସେ ସେଥିରୁ ବଞ୍ଚି ଯାଇଛନ୍ତି । ୨୦୨୧ ଏପ୍ରିଲରେ ସେର୍ଲିନ୍ ଚୋପ୍ରା ରାଜ କୁନ୍ଦ୍ରାଙ୍କ ବିରୋଧରେ ଏଫଆଇଆର ରୁଜୁ କରି ସାରିଛନ୍ତି । ସେ ଏହା ମଧ୍ୟ କହି ସାରିଛନ୍ତି ଯେ, ମାର୍ଚ୍ଚରେ କ୍ରାଇମ ବ୍ରାଞ୍ଚକୁ ସେ ହିଁ ପ୍ରଥମେ ବୟାନ ଦେଇଥିଲେ।