ପ୍ରଭାସ କହିଛନ୍ତି, ଚଳଚିତ୍ର ‘ଆଦିପୁରୁଷ’ ୧୧-୮-୨୦୨୨ ଅର୍ଥାତ୍ ୧୧ ଅଗଷ୍ଟ ୨୦୨୨ରେ ବଡ ପରଦାରେ ଦର୍ଶକ ଦେଖି ପାରିବେ । ଯଦି ଫିଲ୍ମର କାହାଣୀ କଥା ଦେଖିବା ତେବେ, ଏହି ଚଳଚିତ୍ର ପୌରାଣିକ ଗ୍ରନ୍ଥ ରାମାୟଣ ଉପରେ ଆଧାରିତ । ଅଭିନେତା ପ୍ରଭାସ ଓ ସୈଫ୍ ଅଲ୍ଲୀ ଖାନ୍ଙ୍କ ନାଁ କନ୍ଫର୍ମ ହୋଇଥିବା ବେଳେ, ବର୍ତମାନ ସୁଦ୍ଧା ଏହାର ନାୟିକାଙ୍କ ନାଁ ସାମ୍ନାକୁ ଆସିନାହିଁ ।
ସୂଚନାଯୋଗ୍ୟ : ଏହି ଫିଲ୍ମରେ ଭଗବାନ ରାମଙ୍କ ଭୂମିକା ପାଇଁ ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କୁ ଚୟନ କରାଯାଇଥିବା ବେଳେ, ରାବଣ ଭୂମିକାରେ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ନଜର ଆସିବେ । ତେବେ ପ୍ରଭାସ ଓ ସୈଫ୍ ଅଲ୍ଲୀ ଖାନ୍ଙ୍କ ବ୍ୟତୀତ ଏହି ଫିଲ୍ମରେ ଆଉ କେଉଁ କଳାକାର ନଜର ଆସିବେ ତାହା ଦେଖିବାକୁ ବାକି ରହିଛି ।