କୋରୋନା ବିରୁଦ୍ଧ ଲଢେଇରେ ବିଜୟର ମୋଦି ମନ୍ତ୍ର
ନୂଆଦିଲ୍ଲୀ : ବାହୁବଳୀ ଫେମ୍ ଆକ୍ଟର ପ୍ରଭାସଙ୍କର କିଛି ଭିଡିଓ ହୋଲି ଅବସରରେ ସୋସିଆଲ ମିଡିଆରେ ଖୁବ୍ ଧୂମ୍ ମଚାଇବାରେ ଲାଗିଛି । ଖବର ମୁତାବିକ୍, ପ୍ରଭାସ Lamborghini Aventador Roadster କାର କିଣିଛନ୍ତି । କାରର ଦାମ୍ ଏବେ ବେଶ ଚର୍ଚ୍ଚାରେ ରହିବା ,ସହିତ ସୋସିଆଲ ମିଡିଆରେ ଏହାର ଫଟୋ ବେଶ ଭାଇରାଲ ହେବାରେ ଲାଗିଛି । ପାଖାପାଖି ୬ କୋଟି ଟଙ୍କା ରହିଛି ତାଙ୍କ କାରର ଦାମ୍ । ଏହା ସହିତ ଏକ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି, ଯେଉଁଥିରେ ସେ ହାଇଦ୍ରାବାଦ ରାସ୍ତାରେ ସେ ଏହି କାର ଚଲାଉଥିବା ନଜର ଆସୁଛନ୍ତି ।
ପ୍ରଭାସଙ୍କ ଏହି କାର ଫଟୋ ଏବଂ ଭିଡିଓ ତାଙ୍କ ଫ୍ୟାନ୍ ପେଜରେ ସେୟାର କରାଯାଇଛି । ଏହା ସହିତ ସେ ଏହି କାର କିଣିଥିବା ସୂଚନା ଦିଆଯାଇଛି । ମିଡିଆ ରିପୋର୍ଟ ଅନୁଯାୟୀ, କୁହାଯାଉଛି ଯେ, ପ୍ରଭାସ ଏହି କାର ତାଙ୍କ ପିତା ସୂର୍ଯ୍ୟ ନାରାୟଣ ରାଜୁଙ୍କ ଜନ୍ମଦିନ ଅବସରରେ କିଣିଛନ୍ତି । ପ୍ରକାଶ ଥାଉକି, ତାଙ୍କର ପିତାଙ୍କର ୧୨ ଫେବୃୟାରୀ ୨୦୧୦ ରେ ଦେହାନ୍ତ ହୋଇଥିଲା ।