ଏହାରି ମଧ୍ୟରେ କୁହାଯାଉଛି ଯେ, ଟାଇଗର ଶ୍ରଫ୍ ଏବେ ଫିଲ୍ମ’ Rambo’ରେ ନଜର ଆସିବେ ନାହିଁ । ଯେଉଁ ଫିଲ୍ମକୁ ନେଇ କିଛି ବର୍ଷରୁ ଚର୍ଚ୍ଚା ଲାଗି ରହିଥିଲା । ଯେଉଁ ଫିଲ୍ମରେ ଟାଇଗରଙ୍କୁ ଲିଡ୍ ରୋଲରେ କାଷ୍ଟ କରାଯାଇଥିଲା । ହେଲେ ଏବେ ଖବର ଅନୁଯାୟୀ, ଏହି ଫିଲ୍ମରୁ ଟାଇଗର ଶ୍ରଫ୍ ଦୂରେଇ ଯାଇଛନ୍ତି । ସେ ଏହି ଫିଲ୍ମ ପାଇଁ ସମୟ କାଢି ପାରୁ ନାହାଁନ୍ତି । ତାଙ୍କ ପାଖରେ ଏତେ ପ୍ରୋଜେକ୍ଟ ରହିଛି ଯେ, ସେ ଏହି ଫିଲ୍ମର ସୁଟିଂ ଆରମ୍ଭ କରିପାରୁ ନାହାଁନ୍ତି । ଏହି କାରଣକୁ ନେଇ ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନା ପ୍ରସ୍ତୁତ ହେଉଥିବା ଫିଲ୍ମ’ Rambo’ରୁ ଟାଇଗର ଶ୍ରଫ୍ ବାହାର ହୋଇଛନ୍ତି ।
ଏକ ନ୍ୟୁଜ୍ ପୋର୍ଟାଲ ମୁତାବିକ୍, ଏହି ଫିଲ୍ମରେ ଲିଡ୍ ରୋଲରେ ଏବେ ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କୁ କାଷ୍ଟ କରା ଯାଇପାରେ । ଏହାକୁ ନେଇ କୌଣସି ସ୍ପଷ୍ଟ ଘୋଷଣା କରାଯାଇ ନାହିଁ । କିନ୍ତୁ କୁହାଯାଉଛି ଯେ, କଥାବର୍ତ୍ତା ଆଡ୍ଭାନ୍ସ ଲେବୁଲ ଯାଏଁ ପହଞ୍ଚି ଯାଇଛି ଏବଂ ଆକ୍ଟରଙ୍କୁ ଏହି ଫିଲ୍ମର କାହାଣୀ ଖାସ୍ ପସନ୍ଦ ଆସିଛି ।